ଓଡିଶା

odisha

ETV Bharat / international

ଆମେରିକାରେ ମହଙ୍ଗା କୋରୋନା ଚିକିତ୍ସା, ଖର୍ଚ୍ଚ 11 ଲକ୍ଷ - କୋରୋନା ଚିକିତ୍ସା

ନିକଟରେ ଆମେରିକାର କୋଲୋରୋଡୋ ରାଜ୍ୟର ଜନୈକ ଆକ୍ରାନ୍ତଙ୍କ ମେଡିକାଲ ବିଲ ଉଡାଇଛି ଅନେକଙ୍କ ନିଦ । ଆକ୍ରାନ୍ତ ଜଣଙ୍କ ଜଣେ ହାଇସ୍କୁଲ ଶିକ୍ଷକ ଥିବା ବେଳେ ତାଙ୍କର ଚିକିତ୍ସାର ବିଲ ଆସିଥିଲା 1.5 ମିଲିଅନ ଡଲାର ଅର୍ଥାତ 11,32,84,800 ଲକ୍ଷ ଟଙ୍କା ।

corona treatment in america, expensive corona treatment in america, corona treatment, expensive corona treatment, corona situation in america, ଆମେରିକାରେ କୋରୋନା ଚିକିତ୍ସା, ଆମେରିକାରେ ମହଙ୍ଗା କୋରୋନା ଚିକିତ୍ସା, କୋରୋନା ଚିକିତ୍ସା, ମହଙ୍ଗା କୋରୋନା ଚିକିତ୍ସା, ଆମେରିକାରେ କୋରୋନା ସ୍ଥିତି
ଆମେରିକାରେ ମହଙ୍ଗା କୋରୋନା ଚିକିତ୍ସା, ଖର୍ଚ୍ଚ 1.5 ମିଲିୟନ ଡଲାର

By

Published : May 31, 2020, 9:33 PM IST

ୱାଶିଂଟନ: ଆମେରିକାରେ କୋରୋନାର ପ୍ରଭାବ କମିନଥିବା ବେଳେ ସାମ୍ନାକୁ ଆସିଛି ଦେଶରେ କୋରୋନାର ମହଙ୍ଗା ଚିକିତ୍ସାର ଅସଲ ରୂପ । ନିକଟରେ ଆମେରିକାର କୋଲୋରୋଡୋ ରାଜ୍ୟର ଜନୈକ ଆକ୍ରାନ୍ତଙ୍କ ମେଡିକାଲ ବିଲ ଉଡାଇଛି ଅନେକଙ୍କ ନିଦ । ଆକ୍ରାନ୍ତ ଜଣଙ୍କ ଜଣେ ହାଇସ୍କୁଲ ଶିକ୍ଷକ ଥିବା ବେଳେ ତାଙ୍କର ଚିକିତ୍ସାର ବିଲ ଆସିଥିଲା 1.5 ମିଲିଅନ ଡଲାର ଅର୍ଥାତ 11,32,84,800 ଲକ୍ଷ ଟଙ୍କା । ଯାହାକୁ ଦେଖିବା ପରେ ଉଡିଯାଇଛି ତାଙ୍କ ହୋସ ।

ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେଣ୍ଟେନିଆଲ ହାଇ ସ୍କୁଲର ଶିକ୍ଷକ ରବର୍ଟ ଡେନିସ । ସେ କୋରୋନାରେ ଆକ୍ରାନ୍ତ ହେବା ପରେ ଡେନଭର୍ସ ସ୍କାଏ ରିଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ରବର୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବାରୁ ତାଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଏବେ ସୁସ୍ଥ ହେବା ପରେ ତାଙ୍କର ମେଡିକାଲ ଖର୍ଚ୍ଚ 1.5 ମିଲିଅନ ଡଲାର ଅର୍ଥାତ 11,32,84,800 ଲକ୍ଷ ଟଙ୍କା ଆସିଥିବା ଦେଖି ତାଙ୍କ ପାଦ ତଳୁ ଭୂଇଁ ଖସିଯାଇଛି ।

ଆପଣ ଜାଣିଲେ ଆହୁରି ଆଶ୍ଚର୍ଯ ହେବେ କି ଏହା କେବଳ ଦୁଇ ସପ୍ତାହ ଭେଣ୍ଟିଲେଟରରେ ରହିବା ଖର୍ଚ୍ଚ । ଏହି ବିଲରୁ ରବର୍ଟଙ୍କ ସ୍ତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି ଖର୍ଚ୍ଚ ଓ ତିନି ସପ୍ତାହ ପର୍ଯ୍ୟନ୍ତ ରବର୍ଟଙ୍କର ସ୍ପାଲ୍ଡିଂ ରିହାବିଲିଟେସନ ହସ୍ପିଟାଲରେ ଭର୍ତ୍ତି ଖର୍ଚ୍ଚକୁ ସାମିଲ କରାଯାଇନଥିଲା । ତେବେ ଏସମସ୍ତ ଖର୍ଚ୍ଚକୁ ମିଶାଇଲେ ଡେନିସ ଦମ୍ପତିଙ୍କ ମୋଟ ଖର୍ଚ୍ଚ 1.5 ମିଲିୟନ ଡଲାର ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଦମ୍ପତିଙ୍କର ସ୍ବାସ୍ଥ୍ୟ ବୀମା ରହିଥିବା ବେଳେ ଏହି ବୀମାରାଶିରୁ ସେମାନଙ୍କ ଖର୍ଚ୍ଚ ବହନ ହେବ ବୋଲି ସେମାନେ ଆଶା ରଖିଛନ୍ତି ।

@IANS

ABOUT THE AUTHOR

...view details