ୱାଶିଂଟନ: କୋରୋନା ମହାମାରୀର ପ୍ରକୋପରେ ଯିଏ ଯେଉଁଠି ଥିଲେ ସେଇଠି ବନ୍ଦୀ ପାଲଟିଛନ୍ତି । କିଏ ଚାକିରି ପାଇଁ ଦେଶ ଛାଡି ବାହାରେ ରହିଥିବା ବେଳେ କିଏ ପାଠ ପଢିବା ପାଇଁ ଘର ଛାଡି ବାହାରେ ରହୁଥିଲା । ହେଲେ କୋରୋନା ବିତ୍ପାତ୍ତ ପାଇଁ ଏବେ ଘରକୁ ଫେରିନପାରି ଅନେକ ଲୋକେ ଅଟକ ରହିଯାଇଛନ୍ତି । ଏନେଇ ନିଜ ଦେଶବାସୀଙ୍କୁ ଫେରାଇ ଆଣିବା ପାଇଁ କଡା ପଦକ୍ଷେପ ନେବା ପାଇଁ ଘୋଷଣା କରିଛି ଆମେରିକା ।
ବିଦେଶରେ ଅଟକ 22 ହଜାର ଆମେରିକୀୟ ହେବେ ଉଦ୍ଧାର - କୋରୋନା ଭାଇରସ ନ୍ୟୁଜ୍
କୋରୋନା ମହାମାରୀର ପ୍ରକୋପରେ ଯିଏ ଯେଉଁଠି ଥିଲେ ସେଇଠି ବନ୍ଦୀ ପାଲଟିଛନ୍ତି । ଏନେଇ ନିଜ ଦେଶବାସୀଙ୍କୁ ଫେରାଇ ଆଣିବା ପାଇଁ କଡା ପଦକ୍ଷେପ ନେବା ପାଇଁ ଘୋଷଣା କରିଛି ଆମେରିକା । ଅଧିକ ପଢ଼ନ୍ତୁ...
![ବିଦେଶରେ ଅଟକ 22 ହଜାର ଆମେରିକୀୟ ହେବେ ଉଦ୍ଧାର american to return home, coronavirus news, corona in america, ଆମେରିକୀୟ ନାଗରିକ, ସ୍ବଦେଶ ଫେରିବେ ଆମେରିକୀୟ ନାଗରିକ, କୋରୋନା ଭାଇରସ ନ୍ୟୁଜ୍, ଆମେରିକାରେ କୋରୋନା ପ୍ରଭାବ](https://etvbharatimages.akamaized.net/etvbharat/prod-images/768-512-6675009-1050-6675009-1586175614535.jpg)
ବିଦେଶରେ ଅଟକ ପ୍ରାୟ 22 ହଜାର ଆମେରିକୀୟ ନାଗରିକଙ୍କୁ ଏୟାର ଲିଫ୍ଟ ଜରିଆରେ ଘରକୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ସରକାର । ବର୍ତ୍ତମାନ ସୁଦ୍ଧା 60 ଦେଶରୁ 400 ବିମାନ ଯୋଗେ ପ୍ରାୟ 37 ହଜାର ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିସାରିଛି ଆମେରିକା । ଏବେ ମୁଖ୍ୟତଃ ଦକ୍ଷିଣ ଏସିଆ ତଥା ଭାରତରେ ଅଟକ ଅନ୍ୟ 22 ହଜାର ନାଗରିକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହେବ ବୋଲି ସ୍ପଷ୍ଟ କରିଛନ୍ତି କନସ୍ୟୁଲାର ଆଫାୟାର ପ୍ରମୁଖ ଉପ ସଚିବ ଇଆନ ବ୍ରାଉନଲି ।
ସେ ଏହା ମଧ୍ୟ କହିଛନ୍ତି କି ଆଗାମୀ ଦିନରେ ଆହୁରି 70ଟି ବିମାନର ସୂଚୀ ପ୍ରସ୍ତୁତ କରାଯାଇଛି ଯାହା ବିଦେଶରେ ଅଟକ 22 ହଜାର ଆମେରିକୀୟଙ୍କୁ ଫେରାଇ ଆଣିବ ।