ନ୍ୟୁୟର୍କ: କୋରୋନାର ବଢୁଥିବା ପ୍ରଭାବ ଯୋଗୁଁ ଆସନ୍ତା ସେପ୍ଟେମ୍ବର ଯାଏଁ ବନ୍ଦ ରହିବ ନ୍ୟୁୟର୍କର ସମସ୍ତ ସ୍କୁଲ । ଏହା ବଦଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନରେ ଶିକ୍ଷାଦାନର ବ୍ୟବସ୍ଥା ଜାରି ରହିବ ବୋଲି ଜଣାପଡିଛି । ଏନେଇ ଶନିବାର ସୂଚନା ଦେଇଛନ୍ତି ମେୟର ବିଲ ଡେ ବ୍ଲାସିଓ ।
କୋରୋନା ପ୍ରଭାବ: ସେପ୍ଟେମ୍ବର ଯାଏଁ ନ୍ୟୁୟର୍କରେ ସ୍କୁଲ ବନ୍ଦ - ସେପ୍ଟେମ୍ବର ଯାଏଁ ସ୍କୁଲ ବନ୍ଦ
କୋରୋନାର ବଢୁଥିବା ପ୍ରଭାବ ଯୋଗୁଁ ଆସନ୍ତା ସେପ୍ଟେମ୍ବର ଯାଏଁ ବନ୍ଦ ରହିବ ନ୍ୟୁୟର୍କର ସମସ୍ତ ସ୍କୁଲ । ଏହା ବଦଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନରେ ଶିକ୍ଷାଦାନର ବ୍ୟବସ୍ଥା ଜାରି ରହିବ ବୋଲି ଜଣାପଡିଛି ।

କୋରୋନା ପ୍ରଭାବ: ସେପ୍ଟେମ୍ବର ଯାଏଁ ନ୍ୟୁୟର୍କରେ ସ୍କୁଲ ବନ୍ଦ
ସେପଟେ ଆହୁରି ସୂଚନା ଦେଇ ବିଲ କହିଛନ୍ତି କି ଏହା ଏକ କଡା ନିଷ୍ପତ୍ତି, କିନ୍ତୁ ଏହା ହିଁ ବର୍ତ୍ତମାନ ସବୁଠାରୁ ଭଲ ନିଷ୍ପତ୍ତି ବୋଲି କୁହାଯାଇପାରେ । ଦେଶରେ ହୁ ହୁ ହୋଇ କୋରୋନା ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ସାମାଜିକ ଦୂରତାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହ କଲେଜ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ଗୁଡିକର ଶିକ୍ଷାବର୍ଷ ପ୍ରାରମ୍ଭରେ ହେଉଥିବା କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡିଛି ।