ୱାଶିଂଟନ: ବିଶ୍ୱରେ କୋରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ ଧିରେ ଧିରେ ହ୍ରାସ ପାଉଛି ମୃତ୍ୟୁ ସଂଖ୍ୟା । ହେଲେ ଦେଶରେ ଅହେତୁକ ଭାବେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 26 ହଜାର 971ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ, ଏଥିରେ 791 ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ 21 ଲକ୍ଷରୁ ଅଧିକ କୋରୋନା ସଂକ୍ରମିତ ହୋଇଛି ।
ଜନ ହପକିନ୍ସ ଅନୁଯାୟୀ, ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ସକାଳ ସୁଦ୍ଧା 20 ଲକ୍ଷ 48 ହଜାରକୁ ବୃଦ୍ଧି ପାଇଛି । ଏଥି ସହିତ ସମୁଦାୟ 1 ଲକ୍ଷ 14 ହଜାର 385 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏଥିରେ 8 ଲକ୍ଷ 39 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । 11 ଲକ୍ଷ 60 ହଜାର ଲୋକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।