ନ୍ୟୁୟର୍କ: ଘଡିକୁ ଘଡି ଖରାପ ହେବାରେ ଲାଗିଛି ପରିସ୍ଥିତି । ଆମେରିକାରେ କୋରୋନା ସଂକ୍ରମଣ ନିଜର ମୃତ୍ୟୁ ତାଣ୍ଡବ ରଚି ଚାଲିଥିବା ବେଳେ ଏଯାବତ ଗଡିଲାଣି 7 ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ । ସେଥିରୁ କେବଳ ନ୍ୟୁୟର୍କରେ ଗଡିଛି 2900 ମୁଣ୍ଡ । ଏପରି ସ୍ଥିତିରେ ଆମେରିକାରେ ଡାକ୍ତରୀ ସୁବିଧାକୁ ପର୍ଯ୍ୟାପ୍ତ କରିବା ପାଇଁ ସରକାର ଚଳାଇଛନ୍ତି ଜୋରସୋର ପ୍ରସ୍ତୁତି । ଦେଶରେ କିପରି ଆବଶ୍ୟକ ପରିମାଣର ସମସ୍ତ ଜରୁରୀ ସୁବିଧା ଉପଲବ୍ଧ ରହିବ ସେନେଇ ଚାଲିଛି ରଣନୀତି ।
ବିଗୁଡିଛି ପରିସ୍ଥିତି, ଟାଇଟ ହେଉଛି ଯୋଗାଣ ବ୍ୟବସ୍ଥା - କୋରୋନା ଭାଇରସ ନ୍ୟୁଜ୍
ଘଡିକୁ ଘଡି ଖରାପ ହେବାରେ ଲାଗିଛି ପରିସ୍ଥିତି । ଏପରି ସ୍ଥିତିରେ ଆମେରିକାରେ ଡାକ୍ତରୀ ସୁବିଧାକୁ ପର୍ଯ୍ୟାପ୍ତ କରିବା ପାଇଁ ସରକାର ଚଳାଇଛନ୍ତି ଜୋରସୋର ପ୍ରସ୍ତୁତି ।

ବର୍ତ୍ତମାନ ସମୟରେ ଆମେରିକାରେ ସାନିାଇଜର, ମାସ୍କ ଓ ସର୍ଜିକାଲ ଗ୍ଲୋଭ୍ସର ଆବଶ୍ୟକତା ସବୁଠାରୁ ଅଧିକ ରହିଥିବାରୁ ଏହା ଯେପରି ଦେଶରେ ମହଜୁଦ ରହିବ ସେନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଦେଶର ଆବଶ୍ୟକତାକୁ ନଜରରେ ରଖି ଏବେ ସମସ୍ତ ମେଡିକାଲ ସୁବିଧାରେ ରପ୍ତାନୀରେ ରୋକ ଲଗାଇଛନ୍ତି ଟ୍ରମ୍ପ ।
ସେପେଟେ ସାରା ଦେଶରେ ଥିବା ଘରୋଇ ଡାକ୍ତରଖାନାରୁ ଅବ୍ୟବହୃତ ଭେଣ୍ଟିଲେଟର ସିଜ୍ କରିଛି ନ୍ୟୁୟର୍କ ରାଜ୍ୟ ସରକାର । ଏଥିସହ ଆବଶ୍ୟକ ନଥିଲେ ମାସ୍କ ବ୍ୟବହାର ନକରି ଏହାକୁ ଡାକ୍ତର ଓ ଜରୁରୀକାଳୀନ ସେବାରେ ନିୟୋଜିତଙ୍କ ପାଇଁ ମହଜୁଦ ରଖିବା ପାଇଁ ଦେଶବାସୀଙ୍କ ପରାମର୍ଶ ଦେଇଛନ୍ତି ଟ୍ରମ୍ପ ।