ଓଡିଶା

odisha

ETV Bharat / international

ସଉକିଆ ଅଣ୍ଡରୱାର୍ଲଡ ଡନ, ନିଜେ ରହିବାକୁ ତିଆରି କରିଥିଲା ରାଜଉଆସ ପରି ଜେଲ - unknown story of pablo

ଅଣ୍ଡରୱାର୍ଲଡ ଡନମାନଙ୍କ ବିଷୟରେ ଆପଣ କିଛି ନା କିଛି ନିଶ୍ଚୟ ଜାଣିଥିବେ । ହେଲେ ଆପଣ ଜାଣନ୍ତି ଏମିତି ଏକ ଅଣ୍ଡରୱାଲ୍ଡ ଡନ ବିଷୟରେ ଯିଏ ଫୋର୍ବସ ମାଗାଜିନରେ ସ୍ଥାନ ପାଇଥିଲା । ଆଉ ଯିଏ ଥଣ୍ଡା ଜାଗାରେ ଉତ୍ତାପ ପାଇଁ ଜାଳିଦେଇଥିଲା 13 କୋଟି ଟଙ୍କା । ଏପରିକି ସରକାର ମଧ୍ୟ ବାଧ୍ୟ ହେଉଥିଲେ ତାର ସମସ୍ତ ନିଷ୍ପତ୍ତି ଉପରେ । ଜାଣିବା ପାଇଁ ଅଧିକ ପଢନ୍ତୁ...

underworld don
ଏମିତି ଜଣେ ଅଣ୍ଡରୱାର୍ଲଡ ଡନ, ନିଜେ ରହିବାକୁ ତିଆରି କରିଥିଲା ରାଜଉଆସ ପରି ଜେଲ

By

Published : Jun 21, 2020, 9:01 AM IST

ଆଜି ପର୍ଯ୍ୟନ୍ତ ବିଶ୍ବର ସବୁଠାରୁ ଧନୀ ଡନ କିଏ ...ଯିଏ କି ଫୋର୍ବସ ମାଗାଜିନ(1989)ରେ ଦୁନିଆର ସବୁଠାର ବଡ ଧନୀ ତାଲିକାରେ 7 ସ୍ଥାନରେ ରହିଥିଲା । ସେ କିଏ ଯିଏ ପ୍ରତ୍ୟପର୍ଣ ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରି ନିୟମ ବଦଳାଇଥିଲା । ଆତ୍ମସମର୍ପଣ କରିବାକୁ ଯାଇ ଯିଏ ନିଜେ ପ୍ରସ୍ତୁତ କରିଥିବା ବିଳାସପୂର୍ଣ୍ଣ ଜେଲରେ ରହିଥିଲା ।

ବର୍ତ୍ତମାନ ଅଣ୍ଡରୱାଲର୍ଡ ଡନ କହିଲେ ଆମେ ଦାଉଦ ଇବ୍ରାହିମ ଠାରେ ହିଁ ଅଟକି ଯାଉଛେ । ଦାଉଦ ଠାରୁ ଅତି ଭୟଙ୍କର ଥିଲା ଏହି ଡନ । ଯିଏ ରାଷ୍ଟ୍ରର ଋଣ ଶୁଝିବା ପାଇଁ 10.ବିଲିୟନ ଡଲାର ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ଖାଲି ସେତିକି ନୁହେଁ କୌଣସି ଥଣ୍ଡା ଜାଗାକୁ ନିଜ ସାନ ଝିଅକୁନେଇ ବୁଲିବାକୁ ଯାଇଥିଲା । ଶୀତରୁ ବଞ୍ଚିବା ପାଇଁ ଭାରତୀୟ ମୂଲ୍ୟରେ 13 କୋଟି ଟଙ୍କା ଜଳାଇ ଉତ୍ତାପ ଦେଇଥିଲା

ଦୁନିଆ ପାଇଁ ସେ ଥିଲା ଡ୍ରଗ୍ସ ଲର୍ଡ । ବିଭିନ୍ନ ଦେଶକୁ 80 ପ୍ରତିଶତ କୋକେନ ଚାଲାଣ କରୁଥିଲା । ଏପରିକି ଦିନକୁ 15-15 କ୍ବିଣ୍ଟାଲ କୋକେନ ଚାଲାଣ ମଧ୍ୟ କରୁଥିଲା । ଯାହାର ଦୈନିକ ଆୟ ସେତେବେଳର ଭାରତୀୟ ମୂଲ୍ୟରେ 400 କୋଟି ରହିଥିଲା ।

ଟଙ୍କା ଏତେ ଥିଲା ଏହାକୁ ରଖିବାକୁ ଗୋଦାମ ମଧ୍ୟ କରିଥିଲା । କାରଣ ଡ୍ରଗ୍ସ ତଥା କଳାପଇସା ଧନକୁ କୌଣସି ବ୍ୟାଙ୍କରେ ରଖିପାରିବ ନାହିଁ । ଆଶ୍ଚର୍ଯ୍ୟ ଚକିତ କରିବ ଏହି ଡ୍ରଗ୍ସ ମାଫିଆ ଧନ। ତାର ଏତେ ଅମାପ ଧନ ଥିଲା ଯେ, ତାର 10 ପ୍ରତିଶତ କେବଳ ମୂଷା କିମ୍ବା ପାଣିରେ ପଡି ନଷ୍ଟ ହେଉଥିଲା ।ଟଙ୍କା ବାନ୍ଧ ସଜାଡିବା ପାଇଁ ମାସକୁ 1000 ଡଲାର ଟଙ୍କା ଖର୍ଚ୍ଚ କରୁଥିଲା ।

ଏମିତି ଜଣେ ଅଣ୍ଡରୱାର୍ଲଡ ଡନ, ନିଜେ ରହିବାକୁ ତିଆରି କରିଥିଲା ରାଜଉଆସ ପରି ଜେଲ
ଏମିତି ଅପରାଧି ଯିଏ କି 5000ରୁ 6000 ହଜାର ଲୋକଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଥିଲା । ତାର ଗୋଟିଏ ମାତ୍ର ଫର୍ମୂଲା ଥିଲା ଲାଞ୍ଚ ନଚେତ ମୃତ୍ୟୁ । ଏମିତି ସମୟ ଥିଲା ନିଜ ବିରୋଧରେ ଲଢୁଥିବା ମାମଲାକୁ ଶୁଣାଣି କରୁଥିବା ଜଜକୁ ମଧ୍ୟ ମାରିଦେଇଥିଲା । ସବୁଠାରୁ ବଡ ଅପରାଧ ତଥା ହତ୍ୟା ଘଟଣା ଥିଲା ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀକୁ ହତ୍ୟା କରିବା ।ଆମେ ଏଠି କହୁଛୁ ପାବଲୋ ଏମିଲିଓ ଏସ୍କୋବାରଙ୍କ କଥା । ଏ ହେଉଛି ସେହି ଡନ ଯିଏ କୋକେନ ଚାଲାଣ କରିବା ପାଇଁ ସବମେରାଇନ ବିମାନ କିଣିଥିଲା । ଦିନେ ତ ନିଜେ ବିମାନ ଉଡାଇ ଆମେରିକାକୁ ଚାଲାଣ କରିଥିଲା କୋକେନ । ପ୍ରମାଣ ପାଇଁ ବିମାନକୁ ଭାଙ୍ଗି ନିଜ ଘରର ଦ୍ବାରରେ ଝୁଲାଇ ଦେଇଥିଲା। ପ୍ରଥମ ଥର ପାବଲୋ ହିଁ ନିଜର ବୁଦ୍ଧି ଲଗାଇ ବିମାନର ଚକାରେ ବିଦେଶକୁ ଚାଲାଣ କରୁଥିଲା କୋକେନ । ଚାଲାଣ ପାଇଁ ଜାହାଜର କ୍ୟାପଟେନକୁ 5 ଲକ୍ଷ ଡଲାର ଦେଉଥିଲା ପାବଲୋ । ପାବଲୋ ହିଁ ଗୋଟିଏ ଡନ ଯିଏ 30 ହଜାର ଟନ କୋକେନ ଚାଲାଣ କରି ଇତିହାସ ସୃଷ୍ଟି କରିଛି ।ଯେଉଁ କୋକେନର ଗୋଟିଏ ଗ୍ରାମର ମୂଲ୍ୟ ହଜାର ହଜାର ରହିଛି । ଭାବନ୍ତୁ 30 ହଜାର ଟନର ମୂଲ୍ୟ କେତେ ହେବ ?ପାବଲୋ 1949ରେ କଲମ୍ବିଆର ରିୟୋନେଗ୍ର ସହରର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲା । ଜୋତା ନଥିବାରୁ ସ୍କୁଲରୁ ପାବଲୋକୁ ବାହାରିବାକୁ ପଡିଥିଲା। ଏପରିକି ଫି’ ଦେଇ ନ ପାରିବାରୁ କଲେଜ ମଧ୍ୟ ଛାଡିବାକୁ ପଡିଥିଲା । ଏହିଠାରୁ ହିଁ ଅପରାଧରେ ପାଦ ଥାପିଥିଲା ପାବଲୋ । କଲେଜ ଛାଡିବା ପରେ ଛୋଟମୋଟ କ୍ରାଇମ ଆରମ୍ଭ କରିଦିଏ । ମାତ୍ର 16 କି 17 ବର୍ଷ ବୟସରେ କବର ସ୍ଥାନରୁ କିଛି ପଥର ଚୋରାଇ କିଛି ମାଫିଆଙ୍କୁ ବିକ୍ରି କରୁଥିଲା । ଛୋଟ ମୋଟ ଚୋରୀ ଆରମ୍ଭ କରିବା ସହ ବ୍ୟାଙ୍କରୁ ଫେରିଥିବା ଲୋକଙ୍କ ଉପରେ ନଜର ରଖୁଥିଲା । ଏହାପରେ ପାବଲୋର ପ୍ରଥମ ଏକ ବଡ କ୍ରାଇମ ଥିଲା ମେଡଲିନ ସହରର ଜଣେ ଧନୀ ବ୍ୟକ୍ତିକୁ ଅପହରଣ କରିନେବା । ଏହାପରେ ସେ ପାଲଟି ଯାଏ କଲମ୍ବିଆର ସବୁଠାର କମ ବୟସର ଧନୀ ବ୍ୟକ୍ତି । ମାତ୍ର 21 ବର୍ଷ ବୟସରେ ସେ ଧୀରେ ଧୀରେ ଡ୍ରଗ୍ସ କାରବାର ଦୁନିଆରେ ପ୍ରବେଶ କରେ । କୁହାଯାଏ କି ଏକ ଡ୍ରଗ୍ସ ମାଫିଆ ସହ ଡିଲକୁ ନେଇ ପାବଲୋ ଯୁକ୍ତିତର୍କ ହେବାରୁ ପାବଲୋ ତାକୁ ହତ୍ୟା କରି 14 କେଜି କୋକେନ ନେଇ ଫେରାର ହେଇଯାଇଥିଲା । ଏତେ କମ ବୟସ ଆଉ ସାହାସକୁ ଦେଖି ଡ୍ରଗ୍ସ ଦୁନିଆରେ ହଇଚଇ ସୃଷ୍ଟି ହୁଏ । ଏହାପରେ ଅପରାଧି ଦୁନିଆରେ ନିଜ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଲା ।ଏହାପରେ ଏହି ଡନ ନିଜର ଏକ ଆୟରଲ୍ୟାଣ୍ଡ, ହୋଟେଲ, ଏୟାରପୋର୍ଟ କରିଥିଲା । ସବମେରିନ, ପାଣିଜାହାଜ କିଣିବା ସହ 70ରୁ 80 ପ୍ରତିଶତ କୋକେନ କେବଳ କଲୋମ୍ବିଆରୁ ଆମେରିକାକୁ ଚାଲାଣ କରୁଥିଲା , ଏହାପର ଠାରୁ ବିମାନର ଚକାରେ ଚାଲାଣ କଲା କୋକେନ । ଏପରିକି ମାଛର ପେଟରେ ମଧ୍ୟ କୋକିନ ପଠାଇବା ଆରମ୍ଭ କରିଦେଇଥିଲେ । ଖାଲି ଆମେରିକା ନୁହେଁ ୟୁରୋପ, ସ୍ପେନ ଭଳି ଦେଶକୁ ମଧ୍ୟ କୋକିନ ପଠାଇଲା ।ଏହି ସମୟରେ କଲମ୍ବିଆରେ ସରକାରୀ-ପାରାମିଲିଟାରୀ ଫୋର୍ସ ଏବଂ ବାମପନ୍ଥୀ ମଧ୍ୟରେ ଗୋରିଲା ବିବାଦ ଦେଖାଦେଇଥିଲା । ଯାହାର ବେଶ ଫାଇଦା ଉଠାଇଥିଲେ ପାବଲୋ । ନିଜ ସ୍ବପ୍ନକୁ ସାକାର କରିବାରେ ଲାଗିଥିଲା । ଏହି ଚାଲାଣ ସମୟରେ ପାବଲୋର ଲୋକ ଓ ପାବଲୋ ମଧ୍ୟ ଧରାପଡେ ଓ କୋର୍ଟକୁ ମଧ୍ୟ ଯାଏ । ସେଠାରେ ସେ ସିଧାସଳଖ ଜଜକୁ ମଧ୍ୟ ଲାଞ୍ଚ ଦେବାରେ ପଛ ଘୁଞ୍ଚା କରିନାହିଁ । ଯିଏ ଏହି ଅଫର ନେଉନଥିଲେ ତାକୁ ସିଧା ଉଡାଇ ଦେଉଥିଲା ।


ଏହାପରେ ଆମେରିକା ଜାଣିବାକୁ ପାଏ କଲେମ୍ବିଆର ପାବଲୋ ବିଷୟରେ । ସେହି ପାବଲୋ ଯିଏ ତାଙ୍କ ଦେଶକୁ 80 ପ୍ରତିଶତ କୋକେନ ଚାଲାଣ କରୁଛି । ସେହି ସମୟରେ ପ୍ରତ୍ୟପର୍ଣ ନିୟମ ରହିଥିଲା । ଆଉ ପାବଲୋ ବି ଜାଣିଥିଲା ଆମେରିକା ଏଜେଣ୍ଟ ଲାଞ୍ଚ ନେବାର ଲୋକ ନୁହଁନ୍ତି । ତେଣୁ ନିଜକୁ ସୁରକ୍ଷିତ ଓ ସୁରକ୍ଷା ଦେବାକୁ ଯାଇ ରାଜନୀତିରେ ପ୍ରବେଶ କରିବାକୁ ଉଦ୍ୟମ କରେ । କରଜରେ ବୁଡି ରହିଥିବା ସରକାରକୁ ଋଣରୁ ଉଧାର କରିବାକୁ ପ୍ରସ୍ତାବ ଦେଇଥିଲା ପାବଲୋ । ହେଲେ ସରକାର ଏପରି କୁଖ୍ୟାତ ଅପରାଧି ନେଇଥିଲେ ସତ କିନ୍ତୁ ଲିବେରାଲ ପାର୍ଟି ସହ ସାମିଲ ହେବା ସହ ପଇସା ଦେଇ (1982) କଲମ୍ବୋଆର ନିମ୍ନ ସଦନରେ ବିରୋଧ ଦଳ ହେବା ପରେ କଲମ୍ବିଆ ପାର୍ଟିର ସଦସ୍ୟ ମଧ୍ୟ ପାଲଟିଗଲା । ଆଶ୍ଚର୍ଯ୍ୟକର କଥା ହେଉଛି, ସ୍ପେନର ଏକ ସରକାରୀ କାର୍ଯ୍ୟକ୍ରମରେ ଯେଉଁଠି କି ପାବଲୋ ଡ୍ରଗ୍ସ ପଠାଏ ସେଠାରେ ସେ କଲେମ୍ବିଆ ତରଫରୁ ପ୍ରତିନିଧିତ୍ବ କରୁଥିଲା । ଯିଏ କି ଦୁନିଆ ସବୁଠାର ବଡ ଡ୍ରଗ୍ସ ମାଫିଆ।

ଏମିତି ବି କୁହାଯାଏ, ଏ ଡନ ହିରୋ ବି ଥିଲା । କାରଣ ଅମାପ ସମ୍ପତ୍ତିକୁ ରଖିବାକୁ ଜାଗା ନ ପାଇ ସମସ୍ତ ଗରିବଙ୍କ ପାଇଁ ଘର, ସ୍କୁଲ ଓ ଫୁଟବଲ ପଡିଆ ମଧ୍ୟ କରିଥିଲା । ଧୀରେ ଧୀରେ ରାଜନୀତିରେ ପ୍ରବେଶ କରିବା ପରେ ଓ ଏପଟେ ଆମେରିକାର ଭୟକୁ ଦେଖି 1991ରେ କଲମ୍ବିଆ ସରକାରଙ୍କ ନିକଟରେ ଏକ ଚୁକ୍ତି କରି ଏ ଲାଇନ ଛାଡିବାକୁ କହିଥିଲା । ଯେଉଁଥିରେ ପ୍ରଥମ ସର୍ତ୍ତ ଥିଲା କଲେମ୍ବିଆରେ ପ୍ରତ୍ୟର୍ପଣ ନିୟମକୁ ଉଠାଇ ନେବା। ସେତେବେଳେ ସରକାରକୁ ତାର ଏହି ଚୁକ୍ତି ଉପରେ ରାଜି ହେବାକୁ ପଡିଥିଲା । ଏହାର ଦ୍ବିତୀୟ ସର୍ତ୍ତ ଥିଲା ନିଜ ତିଆରି ନିଜ ଜେଲରେ ରହିବ । ଯାହା ସମ୍ପୂର୍ଣ୍ଣ ବିଳାସପୂର୍ଣ୍ଣ ରହିଥିଲା । କଥା ଅଛି ମଣିଷର ସ୍ବଭାବ ମଲେ ତୁଟେ ଠିକ ସେହି ପରି ପାବଲୋ ଜେଲରେ ରହି ମଧ୍ୟରେ ନିଜ କାରବାର ଚଳାଇଥିଲା । ଏହାର ଖବର ଜଣାପଡିବା ପରେ ପରିଶେଷରେ କଲେମ୍ବିଆ ସରକାର ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା ସହ ହାତ ମିଳାଇଥିଲେ । ପାବଲୋକୁ ଏହି ଖବର ଜଣାପଡିବା ପରେ ସେ ଜେଲରୁ ଫେରାର ହୋଇଥିଲା । 2 ଡିସେମ୍ବର 1993ରେ ଆମେରିକାର ଟେକ୍ନୋଲୋଜି ଜରିଆରେ ପାବଲୋର ଠିକଣା ଜଣାପଡିବା ପରେ କଲେମ୍ବିଆର ସ୍ପେଶାଲ ବ୍ଲକ ସର୍ଚ୍ଚ ଫୋର୍ସ ମିଳିତ ଅପରେସନରେ ମୃତ୍ୟୁବରଣ କରିଥିଲା ପାବଲୋ । ପାବଲୋର ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details