ଓଡିଶା

odisha

ETV Bharat / international

କୋରୋନା ବିରୁଦ୍ଧରେ HCQ, ଆମେରିକାର ଲ୍ୟାବ ପରୀକ୍ଷଣ ଆରମ୍ଭ

କୋରୋନା ବିରୁଦ୍ଧରେ ଆରମ୍ଭ ହୋଇଯାଇଛି ଲଢେଇ । କୋରୋନା ଚିକିତ୍ସା ପାଇଁ ଆଣ୍ଟି-ମ୍ୟାଲେରିଆ ଔଷଧର କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

By

Published : Apr 10, 2020, 10:21 AM IST

କୋରୋନା ବିରୁଦ୍ଧରେ ହାଇଡ୍ରୋକ୍ସି-କ୍ଲୋରକୁଇନ
କୋରୋନା ବିରୁଦ୍ଧରେ ହାଇଡ୍ରୋକ୍ସି-କ୍ଲୋରକୁଇନ

ୱାଶିଂଟନ: କୋରୋନା ପାଇଁ ସଞ୍ଜିବନୀ କୁହାଯାଉଥିବା ହାଇଡ୍ରୋକ୍ସିକ୍ଲୋରକ୍ବିନ(HCQ) କେତେ ସଫଳ ପ୍ରଦ ସେନେଇ ଆରମ୍ଭ ହେଲା ପରୀକ୍ଷା । ଆମେରିକାରେ ଚିକିତ୍ସାଧିନ ଥିବା କୋଭିଡ-19 ରୋଗୀଙ୍କ ଠାରେ କ୍ଲିନିକାଲ ଟେଷ୍ଟ କରାଯାଇଛି । ଏନେଇ ସୂଚନା ଦେଇଛି ନ୍ୟାସନାଲ ଇଷ୍ଟ୍ୟୁଚୁଟ ଅଫ ହେଲ୍‌ଥ(NHI) ।

ପ୍ରଥମ ଅଂଶଗ୍ରହଣକାରୀମାନେ ଟେନେସିର ଭାଣ୍ଡରବିଲ୍ଟ ୟୁନିଭରସିଟି ମେଡିକାଲରେ ଏହି ପରୀକ୍ଷଣରେ ସାମିଲ ହୋଇଛନ୍ତି। ବ୍ଲାଇଣ୍ଡେଡ, ପ୍ଲେସେବୋ-କଣ୍ଟ୍ରୋଲ ରାଣ୍ଡୋମାଇଜଡ୍ କ୍ଲିନିକାଲ୍ ଲ୍ୟାବରେ 500 ଜଣ ବୟସ୍କ ବ୍ୟକ୍ତିଙ୍କ ଠାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛି । ଯେଉଁମାନେ ବର୍ତ୍ତମାନ COVID-19 ସହିତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କିମ୍ବା ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହି ଅଧ୍ୟୟନର ସମସ୍ତ ଅଂଶଗ୍ରହଣକାରୀ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଅନୁସାରେ, କ୍ଲିନିକାନ ଯତ୍ନରେ ରହିବେ । ଯେଉଁ ବ୍ୟକ୍ତିମାନେ ପରୀକ୍ଷାମୂଳକ ପାଇଁ ଚୟନ ହେଇଥିବେ ସେମାନଙ୍କୁ ହାଇଡ୍ରୋକ୍ସିକ୍ଲୋରକ୍ବିନ ଦିଆଯିବ । NIHର ଏକ ଅଂଶ ବିଶେଷ ନ୍ୟାସନାଲ ହାର୍ଟ, ଫୁସଫୁସ ଏବଂ ବ୍ଲଡ ଇନଷ୍ଟିଚ୍ୟୁଟର ଫୁସଫୁସ ରୋଗ ବିଭାଗର ନିର୍ଦ୍ଦେଶକ ଜେମ୍ସ କିଲି କହିଛନ୍ତି ଯେ, COVID-19 ପାଇଁ ଫଳପ୍ରଦ ଚିକିତ୍ସା ଜରୁରୀ ଅଟେ।

"ହାଇଡ୍ରୋକ୍ସିକ୍ଲୋରୋକ୍ବିନ SARS-CoV-2 ବିରୁଦ୍ଧରେ ଏକ ଲ୍ୟାବ ସେଟିଂରେ ଆଶାତୀତ ରେଲଜ୍ଟ ଦେଇଛି । ତେଣୁ COVID-19 ସୃଷ୍ଟି କରୁଥିବା ଭୂତାଣୁ ଓ ପ୍ରାଥମିକ ରିପୋର୍ଟରେ ରୋଗୀମାନଙ୍କ ସହିତ ଛୋଟ ଅଧ୍ୟୟନରେ ସମ୍ଭାବ୍ୟ ଫଳପ୍ରଦତା ପରାମର୍ଶ ଦିଆଯାଇଛି। COVID-19 ଚିକିତ୍ସାରେ ନିରାପଦ ବୋଲି ସେ କହିଛନ୍ତି।

ABOUT THE AUTHOR

...view details