ଓଡିଶା

odisha

ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ଆମେରିକା ସରକାରଙ୍କ ନିର୍ଦ୍ଦେଶ

ଆମେରିକା ନାଗରିକଙ୍କୁ ବିଦ୍ୟାଳୟରେ ମାସ୍କ ପିନ୍ଧିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : May 16, 2021, 12:00 PM IST

Published : May 16, 2021, 12:00 PM IST

ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ଆମେରିକା ସରକାରଙ୍କ ନିର୍ଦ୍ଦେଶ
ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ଆମେରିକା ସରକାରଙ୍କ ନିର୍ଦ୍ଦେଶ

ୱାଶିଂଟନ: ଆମେରିକା ମାସ୍କ ମୁକ୍ତ ହେବା ପରେ ମଧ୍ୟ ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର(ସିଡିସି) ଦେଶବାସୀଙ୍କୁ ଶନିବାର ନିର୍ଦ୍ଦେଶ ଦେଇଛି । ତେବେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ସମ୍ପୂର୍ଣ୍ଣ ଟୀକାକରଣ ଶେଷ ହୋଇନଥିବାରୁ ମାସ୍କ ପିନ୍ଧିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ କୋରୋନାର ସମସ୍ତ ଗାଇଡଲାଇନ ମାନିବା ସହିତ ସ୍ତର ପ୍ରତିରୋଧକ କୌଶଳକୁ ଜାରି ରଖିବେ । ଅର୍ଥାତ ସମସ୍ତେ 3 ଲେୟାର ବା ସ୍ତର ଥିବା ମାସ୍କ ପିନ୍ଧିବା ସହିତ ସଠିକ ଭାବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସିଡିସି ନିର୍ଦ୍ଦେଶ ଦେଇଛି । ବିଦ୍ୟାଳୟଗୁଡ଼ିକରେ ସମସ୍ତ କୋରୋନା ଗାଇଡଲାଇନ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟ କରିବେ । ଏହାସହିତ SARC-CoV-2 ଭାଇରସ ଦ୍ବାରା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ବିଦ୍ୟାଳୟର ପ୍ରତ୍ୟେକଙ୍କ ପରୀକ୍ଷଣ ମଧ୍ୟ କରାଯିବ ବୋଲି ଜଣାପଡିଛି ।

ଗତ ଗୁରୁବାର ଆମେରିକା ମାସ୍କ ମୁକ୍ତ ହୋଇଥିଲା । ଯେଉଁ ନାଗରିକମାନେ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି ସେମାନେ ମାସ୍କ ପିନ୍ଧିବା କି ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ନାହିଁ ବୋଲି ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଥିଲେ । କେବଳ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ କହିଥିଲେ । ଏହାସହିତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କଠାରୁ ମଧ୍ୟ 6 ଫୁଟର ସାମାଜିକ ଦୂରତା ବଜାୟ ରଖିବା ପାଇଁ ସିଡିସି ପକ୍ଷରୁ କୁହାଯାଇଛି ।

ସମ୍ପୂର୍ଣ୍ଣ ଟୀକାକରଣ ହିଁ ମହାମାରୀଙ୍କୁ ନାଶ କରିପାରିବ । ଇସ୍ରାଏଲ ପରେ ବର୍ତ୍ତମାନ ଆମେରିକା ମଧ୍ୟ ମାସ୍କମୁକ୍ତ ହୋଇଛି । ଆମେରିକାରେ ଟିକା ନେଇସାରିଥିବା ବ୍ୟକ୍ତି ଜନଗହଳି ସ୍ଥାନ ବ୍ୟତୀତ ଘର ବାହାରେ କିମ୍ବା ଭିତରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ଜଣାପଡିଛି । ମାସ୍କମୁକ୍ତ ଆମେରିକା ସମ୍ପର୍କରେ ଘୋଷଣା କରିବା ବେଳେ ଏହି ଦିନ ଦେଶ ପାଇଁ ଏକ ବଡ ଦିନ ବୋଲି ରାଷ୍ଟ୍ରପତି କହିଥିଲେ ।

@ANI

ABOUT THE AUTHOR

...view details