ଚିକୋଗୋ: ଚୀନର କାର୍ଯ୍ୟକଳାପକୁ ନେଇ ଆମେରିକାର ଚିକୋଗୋରେ ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ ପ୍ରଦର୍ଶନ । ଚିକାଗୋ ସ୍ଥିତି ଚୀନ ବାଣିଜ୍ୟ ଦୂତବାସ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ଲଦାଖ ପ୍ରତି ଚୀନର ମନୋଭାବକୁ ବିରୋଧ କରି ଏହାର ଏକ ପାଖିଆ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଚୀନକୁ ତିବ୍ଦତ ଏବଂ ତାଇୱାନ ଉପରେ ନିଜର ଦାବି ଛାଡିବାକୁ କହିଛନ୍ତି । ଏହି ଦୁଇ ଦେଶ ଭାରତ ସୀମାରେ ରହିଥିବା ବିକ୍ଷୋଭକାରୀ କହିଛନ୍ତି ।
ଚିକାଗୋରେ, କୋରୋନା ଭାଇରସ କାରଣରୁ ଯାତାୟାତର ନିଷେଧାଦେଶ ରହିଛି, ତେଣୁ ପ୍ରଦର୍ଶନରେ ସୀମିତ ସଂଖ୍ୟାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି । ହାତରେ ଭାରତ-ଆମେରିକା ପତାକା ଓ ଚୀନ ବିରୋଧ ପୋଷ୍ଟର ଧରିଥିଲେ । ଏହି ସମୟରେ ଦେଶବାସୀଙ୍କୁ ଚୀନ ବିରୋଧ ସାମଗ୍ରୀ ବର୍ଜନ କରି ଆମେରିକା ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ ଅପିଲ କରିଥିଲେ। ଚୀନ ଅନେକ ଦେଶର ଅର୍ଥନୀତିକୁ ନଷ୍ଟ ଦେବାକୁ ଉଦ୍ୟମ କରୁଥିବା ନେଇ ବିକ୍ଷୋଭକାରୀମାନେ ଉଦବେଗ ପ୍ରକାଶ କରିଥିଲେ ।