ଓଡିଶା

odisha

ETV Bharat / international

ଆମେରିକା ସମେତ ବିଶ୍ବର ଅନେକ କ୍ଷତି ଘଟାଇଛି ଚୀନ : ଟ୍ରମ୍ପ

ଚୀନ କୋରୋନା ଭାଇରସ ଉତ୍ପନ୍ନ କରି ଆମେରିକା ଏବଂ ବିଶ୍ବର ଅନେକ କ୍ଷତି ଘଟାଇଛି ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପ
ଟ୍ରମ୍ପ

By

Published : Jul 6, 2020, 7:24 PM IST

ୱାଶିଂଟନ: କୋରୋନା ଭାଇରସ୍‌କୁ ନେଇ ପୁଣି ଥରେ ଚୀନ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନ କୋରୋନା ଭାଇରସ ଉତ୍ପନ୍ନ କରି ଆମେରିକା ଏବଂ ବିଶ୍ବର ଅନେକ କ୍ଷତି ଘଟାଇଛି ବୋଲି ଟ୍ରମ୍ପ କହିଛନ୍ତି ।

କୋରୋନା ଭାଇରସକୁ ନେଇ ଟ୍ରମ୍ପ ଅନେକ ସମୟରେ ଚୀନକୁ ଟାର୍ଗେଟ କରୁଛନ୍ତି । ଚୀନକୁ ଭର୍ତ୍ସନା କରି ସେ କୋରୋନା ଭାଇରସ୍‌କୁ 'ଚାଇନିଜ୍‌ ଭାଇରସ୍‌' ବୋଲି କହୁଛନ୍ତି । ତେବେ ସୋମବାର ଟ୍ରମ୍ପ ଟ୍ବିଟ କରି କହିଛନ୍ତି, ଚୀନରୁ ମହାମାରୀ କେବେ ହୋଇନଥାନ୍ତା । କିନ୍ତୁ ସେମାନେ ଏଭଳି କରିବାକୁ ଅନୁମତି ଦେଇଥିଲେ । ସମୟ ପୂର୍ବରୁ ଯଦି ଚୀନ କୋରୋନା ବିଷୟରେ ସାରା ବିଶ୍ୱକୁ ସୂଚାଇଥାନ୍ତା, ତେବେ ଏଭଳି ସଙ୍ଗୀନ ପରିସ୍ଥିତି ଦେଖିବାକୁ ମିଳି ନ ଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନରୁ ଆମେରିକାରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଏପର୍ଯ୍ୟନ୍ତ ୨୯ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧.୩୨ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଏବେ ଆମେରିକାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି। କୋରୋନା ଭାଇରସ ଗତ ବର୍ଷ ଚୀନର ଉହାନ ସହରରୁ ଉତ୍ପନ୍ନ ହୋଇଥିବା କୁହାଯାଉଛି । ଏହି ମହାମାରୀ ଯୋଗୁଁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଏହା ବ୍ୟତୀତ କୋରୋନା ବିଶ୍ବଅର୍ଥନୀତିକୁ ମଧ୍ୟ ନଷ୍ଟ କରିଦେଇଛି।

ABOUT THE AUTHOR

...view details