ଓଡିଶା

odisha

ETV Bharat / international

ଚୀନ ବିରୋଧରେ ଗୁପ୍ତଚର ଅଭିଯୋଗ ଆଣିଲା ଆମେରିକା - ଆମେରିକା

ଚୀନ ଆମେରିକାର ସରକାରୀ ଅଧିକାରୀ ତଥା ଆମେରିକୀୟ ନାଗରିକଙ୍କ ବିରୋଧରେ ବ୍ୟାପକ ବେଆଇନ ଗୁପ୍ତଚର କାର୍ଯ୍ୟ କରୁଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ
ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ

By

Published : Jul 23, 2020, 12:27 PM IST

ୱାଶିଂଟନ: ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଚୀନ ବିରୋଧରେ ଅନେକ ଅଭିଯୋଗ ଆଣିଥିବା ଆମେରିକା ବର୍ତ୍ତମାନ ତା ବିରୋଧରେ ଗୁପ୍ତଚର ଅଭିଯୋଗ ଆଣିଛି । ଚୀନ ଆମେରିକାର ସରକାରୀ ଅଧିକାରୀ ତଥା ଆମେରିକୀୟ ନାଗରିକଙ୍କ ବିରୋଧରେ ବ୍ୟାପକ ବେଆଇନ ଗୁପ୍ତଚର କାର୍ଯ୍ୟ କରୁଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆମେରିକାର ଏହି ଅଭିଯୋଗ ଏଭଳି ସମୟରେ ଆସିଛି ଯେତେବେଳେ ଉଭୟ ଦେଶର ବିବାଦ ଚରମସୀମାରେ ପହଞ୍ଚିଛି ।

ଚୀନ ବର୍ଷ ବର୍ଷ ଧରି ଆମେରିକାର ସରକାରୀ ଅଧିକାରୀ ତଥା ଆମେରିକୀୟ ନାଗରିକଙ୍କ ବିରୁଦ୍ଧରେ ବ୍ୟାପକ ବେଆଇନ ଗୁପ୍ତଚର ତଥା ପ୍ରଭାବ କାର୍ଯ୍ୟରେ ନିୟୋଜିତ ଥିଲା। ଗତ କିଛି ବର୍ଷ ମଧ୍ୟରେ ଏହି କାର୍ଯ୍ୟକଳାପଗୁଡିକ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ।

ଏନେଇ ସେ କହିଛନ୍ତି, ଚୀନ ଅଧିକାରୀମାନେ ଆମେରିକାର ଘରୋଇ ରାଜନୀତିରେ ହସ୍ତକ୍ଷେପ କରିଛନ୍ତି । ଆମେରିକାର ବ୍ୟବସାୟିକ ନେତାମାନଙ୍କ ଉପରେ ଚାପ ପକାଇଛନ୍ତି ଏବଂ ଚୀନରେ ରହୁଥିବା ଆମେରିକୀୟଙ୍କ ପରିବାରକୁ ଧମକ ଦେଇଛନ୍ତି ବୋଲି ସେ କହିଛନ୍ତି । ଏହାପୂର୍ବରୁ ବୁଧବାର ଆମେରିକାର ବୈଦେଶିକ ବିଭାଗ ଚୀନକୁ ଟେକ୍ସାସର ହ୍ୟୁଷ୍ଟନ୍‌ରେ ଥିବା କନସୁଲେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ସୃଷ୍ଟି ହୋଇଥିଲା । ହଂକଂରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ଚୀନର ପଦକ୍ଷେପ, ଜିନଜିଆଙ୍ଗରେ ମାନବ ଅଧିକାରର ଉଲ୍ଲଂଘନ ଏବଂ ଦକ୍ଷିଣ ଚୀନ୍ ସାଗରରେ ଆଞ୍ଚଳିକ ଆକ୍ରୋଶକୁ ନେଇ ଚୀନକୁ ତୀବ୍ର ସମାଲୋଚନା କରିଛି ଆମେରିକା ।

ABOUT THE AUTHOR

...view details