ଟୋରୋଣ୍ଟୋ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି । ଜର୍ଜଙ୍କ ପାଇଁ ସମସ୍ତେ ଏକାଠି ହୋଇଛନ୍ତି । ସାଧାରଣ ଜନତାଠାରୁ ରାଜନେତା ଫ୍ଲୋଏଡଙ୍କ ସମର୍ଥନରେ ବାହାରିଛନ୍ତି ।
କୃଷ୍ଣକାୟଙ୍କ ସମର୍ଥନରେ କାନାଡା ପିଏମ, ରାସ୍ତାରେ ଆଣ୍ଠେଇ ଫ୍ଲୋଏଡଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି - Canadian Prime Minister Justin Trudeau
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଫ୍ଲୋଏଡଙ୍କ ସମର୍ଥନରେ ବାହାରିଛନ୍ତି । ରାଜଧାନୀ ଓଟ୍ଟାୱାରେ ଆୟୋଜିତ ଏକ ଜାତିଆଣ ବିରୋଧୀ ରାଲିରେ ସେ ବିକ୍ଷୋଭକାରୀଙ୍କ ସହ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ....
ଶୁକ୍ରବାର ଏଥିରେ ସାମିଲ ହୋଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ । ରାଜଧାନୀ ଓଟ୍ଟାୱାରେ ଆୟୋଜିତ ଏକ ଜାତିଆଣ ବିରୋଧୀ ରାଲିରେ ସେ ବିକ୍ଷୋଭକାରୀଙ୍କ ସହ ସାମିଲ ହୋଇଛନ୍ତି । ଏଥିରେ ସେମାନେ ଫ୍ଲୋଏଡଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଏକ ବ୍ଲାକ୍ ମାସ୍କ ପିନ୍ଧି ଟ୍ରୁଡୁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କୁ ଘେରି ରହିଥିଲେ ସୁରକ୍ଷାକର୍ମୀ । ତିନି ଥର ଆଣ୍ଠେଇ ଓ ମୁଣ୍ଡ ତଳକୁ କରି ସେ ଅନ୍ୟ ବିକ୍ଷୋଭକାରୀଙ୍କ ପରି ଜର୍ଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପ୍ରକାଶ ଥାଉ କି ଆମେରିକା ପୋଲିସର ଅତ୍ୟାଚାର ପରେ ଆଫ୍ରିକାନ-ଆମେରିକାନ ବ୍ୟକ୍ତି ଫ୍ଲୋଏଡର ମୃତ୍ୟୁ ହୋଇଥିଲା । ଏହା ବିରୋଧରେ ସାରା ଆମେରିକାରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଛି ।
TAGGED:
କାନାଡା ପ୍ରଧାନମନ୍ତ୍ରୀ