ଓଟ୍ଟାୱା: ଚୀନ ଟେଲିଯୋଗାଯୋଗ ଜାଏଣ୍ଟ ହୁୱେଇ ଦ୍ବାରା ଇରାନ ଆମେରିକୀୟ ପ୍ରତିବନ୍ଧକକୁ ପାର କରି ଅନ୍ତରୀଣ ତଥ୍ୟ ହାସଲ କରୁଥିବା ଅଭିଯୋଗରେ କମ୍ପାନୀର ସିଏଫଓ ମେଙ୍ଗ ୱାଝୋଉଙ୍କୁ ଗିରଫ କରିଥିଲା କାନାଡା । ଏନେଇ ଚୀନର ଅନେକ ପୂର୍ବତନ ସାଂସଦ ଓ କୂଟନୈତିଜ୍ଞମାନେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଚିଠି ଜରିଆରେ ମେଙ୍ଗକୁ ମୁକ୍ତ କରିବା ପାଇଁ ନିବେଦନ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ଟ୍ରୁଡୋ ଏସମସ୍ତ ନିବେଦନକୁ ଖାରଜ କରି ମେଙ୍ଗଙ୍କ ପ୍ରତ୍ୟାବର୍ତ୍ତନକୁ ଏକତରଫା ବାତିଲ କରିଛନ୍ତି ।
ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଲଏଡ ଆକ୍ସୱୋରଦି ଓ ଲରେନ୍ସ କ୍ୟାନନଙ୍କ ସମେତ ଏକ 19 ଜଣିଆ ଦଳ ଚିଠି ଯୋଗେ ମେଙ୍ଗଙ୍କ ମୁକ୍ତି ପାଇଁ ନ୍ୟାୟିକ ମନ୍ତ୍ରୀ ଡେଭିଡ ଲାମେଟ୍ଟିଙ୍କ ହସ୍ତକ୍ଷେପ ପାଇଁ ସୂଚିତ କରିଥିଲେ । ସେମାନ ଏହା ମଧ୍ୟ କହିଥିଲେ କି ମେଙ୍ଗଙ୍କୁ ମୁକ୍ତ କରିବା ସହ କାନାଡା ଚୀନ ସହ ସମ୍ପର୍କ ପୁଣି ସୁଦୃଢ କରିବାର ସୁଯୋଗ ପାଇବ । ଏଥିସହ ଆମେରିକାରର ପ୍ରତ୍ୟର୍ପଣ ନିର୍ଦ୍ଦେଶକୁ ନେଇ ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡୋ ସଙ୍କଟମୟ ସ୍ଥିତିରେ ପଡିଥିବା କୁହାଯାଇଛି । ହେଲେ ଆମେରିକା ସପକ୍ଷରେ ନିଷ୍ପତ୍ତି ନେଇ କାନାଡା ଚୀନକୁ ଦୁଃଖିତ କରିଛି ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।