ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କ କାର୍ଟୁନ ନେଲା ଚାକିରି - Migrants in USA

ଟ୍ରମ୍ପଙ୍କର 2ଟି କାର୍ଟୁନ ସେ ପୂର୍ବରୁ ବନାଇଛନ୍ତି । ହେଲେ ଶରଣାର୍ଥୀଙ୍କ ସହ ଏହି କାର୍ଟୁନଟି ତାଙ୍କ ଚାକିରି ନେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

By

Published : Jul 1, 2019, 9:56 PM IST

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କାର୍ଟୁନ ଆଙ୍କିବା ପଡିଛି ମହଙ୍ଗା । ଏଥିପାଇଁ ଚାକିରି ହରାଇଛନ୍ତି ଜଣେ କାର୍ଟୁନିଷ୍ଟ । ଶରଣାର୍ଥୀଙ୍କ ସହ ଆମେରିକା ରାଷ୍ଟ୍ରପତିଙ୍କ କାର୍ଟୁନ ଆଙ୍କି କମ୍ପାନୀ ମାଲିକଙ୍କ ରୋଷର ଶିକାର ହୋଇଛନ୍ତି ଶିଳ୍ପୀ ।

କାନାଡା କାର୍ଟୁନିଷ୍ଟ ମାଇକେଲ(ଫାଇଲ ଫଟୋ)

ସୂଚନାଯୋଗ୍ୟ ଯେ କାନାଡାର କାର୍ଟୁନିଷ୍ଟ ମାଇକେଲ ଡି ଏଡର ଟ୍ରମ୍ପଙ୍କ ଭିସା ନୀତିକୁ ସମାଲୋଚନା କରି ଏହି କାର୍ଟୁନ ଆଙ୍କିଥିଲେ । କିଛିଦିନ ତଳେ ଆମେରିକା ଓ ମେକ୍ସିକୋ ସୀମାରେ ଜଣେ ଶରଣାର୍ଥୀ ଓ ତାଙ୍କ ଝିଅର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଆମେରିକାକୁ ପ୍ରବେଶ ଲାଗି ଉଦ୍ୟମ କରୁଥିବା ସମୟରେ ରିଓ ଗ୍ରାଣ୍ଡେ ନଦୀରେ ଉଭୟ ବୁଡି ଯାଇଥିଲେ । ଏହାପରେ ଉଭୟଙ୍କ ଫଟୋ ଖୁବ ଭାଇରାଲ ହୋଇଥିଲା ।

ଏହାକୁ ନେଇ ମାଇକେଲ ଟ୍ରମ୍ପଙ୍କ ଏକ କାର୍ଟୁନ ତିଆରି କରିଥିଲେ । ଏଥିରେ ସେ ଉଭୟଙ୍କ ମୃତଦେହ ନିକଟରେ ଟ୍ରମ୍ପଙ୍କ ଫଟୋ ରଖି ଏକ ବ୍ୟାଙ୍ଗାତ୍ମକ କାର୍ଟୁନ ତିଆରି କରିଥିଲେ । ଏହି କାର୍ଟୁନରେ ଟ୍ରମ୍ପ ଏକ ଗଲଫ କାର୍ଟ ଧରି ଛିଡା ହୋଇଥିବାର ଦେଖିବାକୁ ମିଳିଛି । ଏହାସହ ସେ ଟ୍ରମ୍ପଙ୍କ ଭିସା ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ତେବେ ଫଟୋଟି ଖୁବ ଭାଇରାଲ ହୋଇଥିବା ବେଳେ ଏଥିପାଇଁ କାର୍ଟୁନିଷ୍ଟଙ୍କୁ ନିଜର ଚାକିରି ହରାଇବାକୁ ପଡିଛି ।

ନିଜେ ଟ୍ବିଟ କରି ମାଇକେଲ ଏହାର ସୂଚନା ଦେଇଛନ୍ତି । କାନାଡାର ନ୍ୟୁ ବ୍ରୁନସ୍ବିକ୍‌ର ଏକ କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରିଦେଇଛି । ପୂର୍ବରୁ ସେ ଟ୍ରମ୍ପଙ୍କର କାର୍ଟୁନ ତିଆରି କରିଛନ୍ତି । କିନ୍ତୁ ଏହି କାର୍ଟୁନ ତାଙ୍କୁ ଅଧିକ ମହଙ୍ଗା ପଡିଛି ।

ABOUT THE AUTHOR

...view details