ୱାଶିଂଟନ: ଆମେରିକା-କାନାଡା ସୀମାରେ ଆହୁରି ବଢିଲା ପ୍ରତିବନ୍ଧକ । ଜୁନ 21 ଯାଏଁ ବନ୍ଦ ରହିବ ସୀମା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଉଭୟ ଦେଶ ।
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର କହିଛନ୍ତି, ଏହି ସୀମା ହିଁ ଦେଶରେ ସଂକ୍ରମଣ ବଢାଇବାର ଆଶଙ୍କା ସୃଷ୍ଟି କରିଛି । ଫଳରେ ସୀମାକୁ ଆହୁରି 30 ଦିନ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବ । ମାର୍ଚ୍ଚ 18ରେ ସୀମା ବନ୍ଦ ନେଇ ପ୍ରଥମ ଘୋଷଣା କରାଯାଇଥିଲା । ଟ୍ରୁଡୋ କହିଛନ୍ତି ଯେ କାନାଡାର ପ୍ରାଦେଶିକ ନେତାମାନେ ସ୍ପଷ୍ଟ ଭାବରେ ଏହି ପଦକ୍ଷେପ ଜାରି ରଖିବାକୁ ଚାହୁଁଛନ୍ତି। ଏହା ଦ୍ବାରା 2 ଦେଶ ସୁରକ୍ଷିତ ରହିବ ।