ଓଟ୍ଟାୱା: କୋରୋନା ମାଡରେ ସାରା ବିଶ୍ବରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବିଶେଷ କ୍ଷତିଗ୍ରସ୍ତ ହୋଇଛି ସାରା ବିଶ୍ବର ଅର୍ଥନୀତି । ଏମିତିରେ ପ୍ରତିଟି ରାଷ୍ଟ୍ର ନିଜ ନିଜ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହାର ପୁନରୁଦ୍ଧାର ପାଇଁ ଚଳାଇଛନ୍ତି ପ୍ରାଣପଣେ ଚେଷ୍ଟା । ଏପରି ସ୍ଥିତି ଦେଇ ଗତି କରୁଥିବା କାନାଡା ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତ ଓ କେନ୍ରଶାସିତ ଅଞ୍ଚଳଗୁଡିକରେ ଅର୍ଥନୀତିକୁ ସ୍ବାଭାବିକ କରାଇବା ପାଇଁ 13 ବିଲିୟନ ଡଲାର ବିନିଯୋଗ କରିବା ନେଇ ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।
ଦେଶର ପ୍ରତ୍ୟେକ ରାଜ୍ୟ ସରକାରମାନଙ୍କୁ ଏହି ଅର୍ଥରାଶିରୁ କିଛି ଅଂଶ ଯୋଗାଇ ଦିଆଯିବ । ଅର୍ଥବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ଆଗାମୀ 6ରୁ 8 ମାସ ସମୟ ଲାଗିକୁ ଥିବା ବେଳେ ଦେଶରେ ଯେପରି କୋରୋନାର ଦ୍ବିତୀୟ ଲହରୀ ସୃଷ୍ଟି ନ ହୁଏ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇଛନ୍ତି ଟ୍ରୁଡୋ । ଏହାପୂର୍ବରୁ କୋରୋନା ସ୍ଥିତିକୁ ନଜରରେ ରଖି 14 ବିଲିୟନ କାନାଡିଆନ ଡଲାରର ଅର୍ଥରାଶି ବିନିଯୋଗ ହୋଇଥିବା ବେଳେ ଏଥିରୁ ଆବଶ୍ୟକତା ପୂରଣ ହୋଇପାରୁନଥିବା କହିଥିଲେ କିଛି ରାଜ୍ୟ ସରକାର ।