ଓଡିଶା

odisha

ETV Bharat / international

ଭାରତ-ପାକିସ୍ତାନରୁ କାନାଡାକୁ ଉଡିବନି ବିମାନ - କାନାଡାକୁ ବିମାନ ସେବା

ଭାରତ ଓ ପାକିସ୍ତାନରେ କୋରୋନା ସଂକ୍ରମଣ ବଢୁଥିବାରୁ କାନାଡା ଏହି 2 ଦେଶରୁ ସମସ୍ତ ବିମାନ ସେବାକୁ ବନ୍ଦ କରିଛି । ଅଧିକ ପଢନ୍ତୁ...

ଭାରତ-ପାକିସ୍ତାନରୁ ବିମାନ ଯାତ୍ରା ବନ୍ଦ କଲା କାନାଡା
ଭାରତ-ପାକିସ୍ତାନରୁ ବିମାନ ଯାତ୍ରା ବନ୍ଦ କଲା କାନାଡା

By

Published : Apr 23, 2021, 8:33 AM IST

ଓଟାୱା: ଭାରତ ଓ ପାକିସ୍ତାନରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କାନାଡ଼ା ଏହି 2 ଦେଶରୁ ବିମାନ ଯାତ୍ରାକୁ ବନ୍ଦ କରିଛି । ତେବେ ଗତ ଗୁରୁବାରଠାରୁ ଆସନ୍ତା 30 ଦିନ ପର୍ଯ୍ୟନ୍ତ ଏହି 2 ଦେଶରୁ କୌଣସି ବିମାନ କାନାଡ଼ାକୁ ଯାତ୍ରା କରିବ ନାହିଁ । ଏ ସମ୍ପର୍କରେ କାନାଡ଼ାର ପରିବହନ ମନ୍ତ୍ରୀ ଓମାର ଅଲଘାବ୍ରା ସୂଚନା ଦେଇଛନ୍ତି ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ କାନାଡାରେ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ଦେଶରେ ରେସ୍ତୋରାଁ, ଜିମ, ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ କରାଯାଇଥିବା ବେଳେ ଅଧିକାଂଶ କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାନାଡାରେ ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣକୁ ବୃଦ୍ଧି କରାଯାଇଛି । ଏହାସତ୍ତ୍ବେ ଦେଶରେ ବଢି ଚାଲିଛି ସଂକ୍ରମଣ । ଭୂତାଣୁର ବିରୁଦ୍ଧରେ ସଠିକ ପଦକ୍ଷେପ ନ ନେବା ଓଣ୍ଟାରିଓରେ ତୃତୀୟ ସଂକ୍ରମଣର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅନ୍ୟପଟେ ଓଣ୍ଟାରିଓ ପ୍ରିମିୟର ଡୌଗ ଫୋର୍ଡଙ୍କ ଜଣେ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ସଙ୍ଗରୋଧରେ ରଖିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details