ଓଡିଶା

odisha

ETV Bharat / international

ଚୀନକୁ ଟପିଲା ବ୍ରାଜିଲ୍, କୋରୋନା ମୃତ୍ୟୁସଂଖ୍ୟା 5 ହଜାର ପାର - covid 19

କୋରୋନା ମାଡରେ ଘାଇଲା ସାଉଥ୍ ଆମେରିକାର ବ୍ରାଜିଲ ଦେଶ। ବର୍ତ୍ତମାନ ସୁଦ୍ଧା ଏହି ମହାମାରୀରେ ଦେଶର 5 ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

Brazil’s Covid-19 deaths
ଚୀନକୁ ଟପିଲା ବ୍ରାଜିଲ୍, କୋରୋନା ମୃତ୍ୟୁସଂଖ୍ୟା 5 ହଜାର ପାର

By

Published : Apr 29, 2020, 12:38 PM IST

ୱାସିଂଟନ୍: କୋରୋନା ମାଡରେ ଘାଇଲା ବ୍ରାଜିଲ । ବର୍ତ୍ତମାନ ସୁଦ୍ଧା ଏହି ମହାମାରୀରେ ଦେଶର 5 ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏନେଇ ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦେଶର ଏହି ମୃତ୍ୟୁ ସଂଖ୍ୟା ଚୀନର କୋରୋନା ମୃତ୍ୟୁ ସଂଖ୍ୟା ଠାରୁ ଅଧିକ ବୋଲି କୁହାଯାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 474 ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 71 ହଜାର 886 ରେ ପହଞ୍ଚିଛି ବୋଲି ବ୍ରାଜିଲ ସରକାରଙ୍କ ପକ୍ଷରୁ ସୂଚନା ରହିଛି।

ତେବେ ଚାଇନାର ଉହାନରୁ ଉତ୍ପତି ଲାଭ କରିଥିବା ଏହି ମହାମାରୀ ଏବେ ସାରା ବିଶ୍ବରେ କାୟା ବିସ୍ତାର କରିବା ସହ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଉଛି। ହେଲେ ଯେଉଁଠାରୁ ସାରା ବିଶ୍ୱକୁ ଏପରି ଏକ ମାରାତ୍ମକ ଭୂତାଣୁ ବ୍ୟାପିଥିଲା ସେଠାରେ ପ୍ରାୟ 4,600 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି।

ମନ୍ତ୍ରଣାଳୟ କହିଛି ଯେ ବ୍ରାଜିଲର ଟୋଲ୍ ମଙ୍ଗଳବାରର ସରକାରୀ ଆକଳନ ଠାରୁ 5,107 ଅଧିକ ହୋଇପାରେ ବୋଲି ଆକଳନ କରିଛି। ଏହାସହ 1,156 ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ ଅନୁସନ୍ଧାନ ଜାରି ରହିଛି।

ABOUT THE AUTHOR

...view details