ଓଡିଶା

odisha

ETV Bharat / international

ବ୍ରାଜିଲ ରାଷ୍ଟ୍ରପତି କୋରୋନା ଆକ୍ରାନ୍ତ: କିଛି ଦିନ ପୂର୍ବେ ଟ୍ରମ୍ପଙ୍କୁ ଭେଟିଥିଲେ

ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ କୋରୋନା ଭାଇରସ ସଂକ୍ରମିତ । କୋରୋନା ଭାଇରସ ପରୀକ୍ଷାରେ ତାଙ୍କ ରିପୋର୍ଟ ପଜିଟିଭ ରହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 13, 2020, 10:57 PM IST

ରିଓ ଡି ଜେନେରିଓ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ କୋରୋନା ଭାଇରସ ସଂକ୍ରମିତ । କୋରୋନା ଭାଇରସ ପରୀକ୍ଷାରେ ତାଙ୍କ ରିପୋର୍ଟ ପଜିଟିଭ ରହିଛି । ବ୍ରାଜିଲ ଗଣମାଧ୍ୟମ ଶୁକ୍ରବାର ଏହି ଖବର ପ୍ରକାଶ କରିଛି ।

ସୂଚନା ଯେ, ମାର୍ଚ୍ଚ 7 ରୁ ରାଷ୍ଟ୍ରପତି ଜାୟର ବୋଲସନାରୋ ତିନି ଦିନିଆ ଆମେରିକା ଗସ୍ତ କରିଥିଲେ । ବୋଲସନାରୋ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ରିସର୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ । ଏହାପରେ ସେ କୋରୋନା ସଂକ୍ରମିତ ହୋଇଥିଲେ ଓ ତାଙ୍କ ରକ୍ତ ନମୁନା ପଜିଟିଭ ରହିଥିଲା ।

ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପ୍ରେସ ସେକ୍ରେଟାରୀ ଫାବିଓ ୱାଜଙ୍ଗାର୍ଟେନ ବର୍ତ୍ତମାନ କୋରୋନା ଭାଇରସ ସଂକ୍ରମଣ ରହିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ କିଛି ଦିନ ପୂର୍ବରୁ ଭେଟିଥିଲେ । ହ୍ବାଇଟ ହାଉସ ଗୁରୁବାର ଦିନ କହିଛି ଯେ ଟ୍ରମ୍ପ ଏବଂ ପେନ୍ସଙ୍କର କୋରୋନା ପରୀକ୍ଷା କରିବାକୁ କୌଣସି ଯୋଜନା ନାହିଁ।

ABOUT THE AUTHOR

...view details