ବ୍ରାସିଲିଆ:ଅନେକଦେଶରେ କୋରୋନା କାୟା ବଢିବାରେ ଲାଗିଛି । ବ୍ରାଜିଲରେ କୋରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷରେ ପହଞ୍ଚିଛି । କୋରୋନା ମୃତ୍ୟୁ ସଂଖ୍ୟାରେ ଦେଶ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି ବ୍ରାଜିଲ ।
ବୁଧବାର ଗୋଟିଏ ଦିନରେ ବ୍ରାଜିଲରେ 2,009ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଲିଛି । ମଙ୍ଗଳବାର ଗୋଟିଏ ଦିନରେ 3,251ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ଏକ ରେର୍କଡ ସୃଷ୍ଟି କରିଛି । ଏନେଇ ବ୍ରାଜିଲ ପ୍ରଶାସନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏପ୍ରିଲରେ ସ୍ଥିତି ଭୟଙ୍କର ହେବ ବୋଲି ଅନୁମାନ ହୋଇଛି ।