ଓଡିଶା

odisha

ETV Bharat / international

ଜଳୁଛି ଆମାଜନ: ବିଶ୍ବ ସହାୟତାକୁ ବ୍ରାଜିଲର ନା - ଜଳୁଛି ବିଶ୍ବର ଫୁସଫୁସ

ନିଜ ବଳ ଉପରେ ଦୃଢ ବିଶ୍ବାସ ଅଥବା ସ୍ବାର୍ଥ ଉପରେ ଆଞ୍ଚ ଆସିବାର ଭୟ । ବିଶ୍ବର ସହାୟତାକୁ ଖାରଜ କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ।

ବ୍ରାଜିଲ ରାଷ୍ଟ୍ରପତି(ଫାଇଲ ଫଟୋ)

By

Published : Aug 27, 2019, 11:24 AM IST

ବ୍ରାସଲିଆ(ବ୍ରାଜିଲ): ଜଳୁଛି ବିଶ୍ବର ଫୁସଫୁସ । ସାରା ପୃଥିବୀକୁ 20 ପ୍ରତିଶତ ଅମ୍ଲଜାନ ଯୋଗାଉଥିବା ବ୍ରାଜିଲର ଆମାଜନ ଜଙ୍ଗଲରେ ଲାଗିଛି ନିଆଁ । ଅନେକ ଦୁର୍ଲଭ ଜୀବଜନ୍ତୁ ଓ ବିରଳ ବୃକ୍ଷ ଜଳିପୋଡି ପାଉଁଶ ହୋଇଗଲେଣି । କିନ୍ତୁ ଏଥିପ୍ରତି ବୋଧହୁଏ ବ୍ରାଜିଲ ସରକାରଙ୍କୁ ଚିନ୍ତା ନାହିଁ । ସେଥିପାଇଁ ବିଶ୍ବର ସହାୟତାକୁ ସିଧାସଳଖ ମନା କରିଦେଇଛନ୍ତି ।

ଜଳୁଛି ଆମାଜନ

ନିକଟରେ ଜି7 ସମ୍ମିଳନୀରେ ଉଠିଥିଲା ଆମାଜନରେ ନିଆଁ ଲାଗିବା ପ୍ରସଙ୍ଗ । ସମସ୍ତ ରାଷ୍ଟ୍ରନେତା ଏକସ୍ବରରେ ବ୍ରାଜିଲକୁ ସାହାଯ୍ୟ କରିବାକୁ ଏକମତ ହୋଇଥିଲେ । ଏନେଇ ଫ୍ରାନ୍ସ ରାଷ୍ଟ୍ରପତି ସମସ୍ତଙ୍କ ପକ୍ଷରୁ ନିଆଁ ଲିଭାଇବା ପାଇଁ ବ୍ରାଜିଲକୁ ଆର୍ଥିକ ସହାୟତା ଓ ସେନା ବଳ ଯୋଗାଇବାକୁ ଘୋଷଣା କରିଥିଲେ । ମାତ୍ର ଘୋଷଣାର 4 ଦିନ ପରେ ଏହାକୁ ମନା କରିଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ବିଶ୍ବର ସହାୟତାକୁ ବ୍ରାଜିଲର ଚିଫ ଅଫ ଷ୍ଟାଫ ମନା କରିଥିବାବେଳେ ରାଷ୍ଟ୍ରପତି ସମର୍ଥନ ଦେଇଛନ୍ତି ।

ଜି7ରେ ବିଶ୍ବ ନେତା

ବିଶ୍ବ ସମୁଦାୟର ସହାୟତାକୁ ଖାରଜ କରି ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ କହିଛନ୍ତି ଯେ ବ୍ରାଜିଲ ଏକା ଏହି ବିପଦକୁ ସାମନା କରିବାକୁ ପ୍ରସ୍ତୁତ । ଏଥିପାଇଁ ଆଉ କାହାରି ସାହାଯ୍ୟ ଦରକାର ନାହିଁ । ଏହାସହ ସେ କହିଛନ୍ତି ଯେ ଏପରି ନିଷ୍ପତ୍ତି ବ୍ରାଜିଲର ସାର୍ବଭୌମତା ଉପରେ ଆକ୍ରମଣ । ଏପରି କରିବା ଅର୍ଥ ବ୍ରାଜିଲକୁ ସମଗ୍ର ବିଶ୍ବ ଦୁର୍ବଳ ଭାବୁଛି । ସମସ୍ତେ ଭାବୁଛନ୍ତି ବ୍ରାଜିଲ କୌଣସି ନିଷ୍ପତ୍ତି ନେବାରେ ଅକ୍ଷମ । ବ୍ରାଜିଲ କୌଣସି 'NO MAN'S LAND' ନୁହେଁ ବୋଲି ବୋଲସୋନାରୋ କହିଛନ୍ତି ।

ଆମାଜନ ଜଙ୍ଗଲ

ତେବେ ବ୍ରାଜିଲର ନିଷ୍ପତ୍ତିକୁ ସମଗ୍ର ବିଶ୍ବରେ ସମାଲୋଚନା କରାଯାଉଛି । ଆମାଜନରେ ଅନେକ ଗଛପତ୍ର ଜଳି ଛାରଖାର ହେଉଥିବାବେଳେ ବ୍ରାଜିଲ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାସହ ବ୍ରାଜିଲ ରାଷ୍ଟ୍ରପତି ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ବ୍ରାଜିଲ ବିଶ୍ବର ସହାୟତାକୁ ଖାରଜ କରିଥିବା କୁହାଯାଉଛି । ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରୋନଙ୍କ ପତ୍ନୀଙ୍କୁ ବୋଲସୋନାରୋ ବ୍ୟଙ୍ଗ କରିଥିବା ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।

ଆମାଜନ ଜଙ୍ଗଲରେ ନିଆଁ
ଜି7 ବୈଠକ

ABOUT THE AUTHOR

...view details