ବ୍ରାସିଲିଆ: ଆମେରିକା ପରେ ବ୍ରାଜିଲରେ ଆତଙ୍କ ଖେଳାଉଛି ମହାମାରୀ କୋରୋନା । ବ୍ରାଜିଲରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1.6 ମିଲିୟନ ଅତିକ୍ରମ କରିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 26,000 ରୁ ଅଧିକ ନୂତନ ମାମଲା ପଞ୍ଜିକୃତ ହୋଇଛି ବୋଲି ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ବ୍ରାଜିଲରେ ବର୍ତ୍ତମାନ ସମୁଦାୟ 1,603,055 ନିଶ୍ଚିତ ହୋଇଥିବା କୋଭିଡ-19 ମାମଲା ଅଛି | ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ରୁ 26,051 ନୂତନ ମାମଲା ଏବଂ 602 ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ମୋଟ କୋରୋନା ମୃତ୍ୟୁ ସଂଖ୍ୟା 64,867ରେ ପହଞ୍ଚିଛି ।