ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ପ୍ରତିପକ୍ଷ ଜିନପିଙ୍ଗଙ୍କ ସହିତ ଭର୍ଚ୍ଚୁଆଲ ଜରିଆରେ ଏକ ଶିଖର ବୈଠକ ହୋଇଛି । ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ଦାୟିତ୍ବବୋଧକ ଭାବରେ ପରିଚାଳନା କରିବାର ଉପାୟ ତଥା ସେମାନଙ୍କର ସ୍ବାର୍ଥ ସମାନ ଭାବରେ କାର୍ଯ୍ୟ କରିବାର ଉପାୟ ଉପରେ ଆଲୋଚନା ହୋଇଛି । ଏ ନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି ।
ବର୍ଷ ଶେଷ ପୂର୍ବରୁ ବାଇଡେନ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ଡିଜିଟାଲ ଜରିଆରେ ବୈଠକ କରିବା ପାଇଁ ସେମାନେ ଚୀନ୍ ସହ ଏକ ସମ୍ଭାବ୍ୟ ଚୁକ୍ତି କରିଥିବା କହିଥିଲେ ଆମେରିକା ଅଧିକାରୀ । ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ଗତକାଲି(ସୋମବାର) ସଂନ୍ଧ୍ୟାରେ ୱାଶିଂଟନରେ ଡିସି, ରାଷ୍ଟ୍ରପତି ଜୋ ବାଇଡେନ ଭର୍ଚ୍ଚୁଆଲି ଚାଇନା ପ୍ରତିପକ୍ଷ PRC ଜିନପିଙ୍ଗଙ୍କ ସହିତ ବୈଠକ କରିଥିବା ସୂଚନା ଦେଇଛନ୍ତି ହ୍ବାଇଟ ହାଉସ ପ୍ରେସ ସଚିବ ଜେନ ପସାକି ।
ଏହା ପୂର୍ବରୁ ସେପ୍ଟେମ୍ବର ୯ ଦୁଇଜଣ ଫୋନ ଯୋଗେ କଥା ହୋଇଥିଲେ । ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ବାଇଡେନଙ୍କର ଏହା ପ୍ରଥମ ଫୋନ କଲ ଥିଲା । ପ୍ରତିଯୋଗିତାକୁ ଦାୟିତ୍ବବୋଧକ ଭାବରେ ପରିଚାଳନା କରିବାର ଉପାୟ ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଥିଲା । ପ୍ରେସ ସଚିବ ଜେନ ପସାକି ଏକ ବିବୃତ୍ତିରେ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ ଆମେରିକାର ଉଦ୍ଦେଶ୍ୟ ଏବଂ ପ୍ରାଥମିକତା ସ୍ପଷ୍ଟ କରିବା ସହିତ ଏବଂ PRCକୁ ଚିନ୍ତାଧାରା ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ସାଧାରଣଙ୍କ ସ୍ବାର୍ଥ ଉପରେ ଏକତ୍ର କାର୍ଯ୍ୟ କରିବାକୁ ବାଇଡେନ ଗୁରୁତ୍ବ ଦେଇଛନ୍ତି ।