ୱାଶିଂଟନ: ଆମେରିକାର 46 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ ପୂର୍ବରୁ ଆମେରିକାବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଜୋ ବିଡେନ । ମହାମାରୀ କୋରୋନା କାରଣରୁ ଭାଙ୍ଗିଯାଇଥିବା ଆମେରିକା ଅର୍ଥନୀତିର ମେରୁଦଣ୍ଡକୁ ପୂନର୍ବାର ଛିଡା କରିବା ପାଇଁ ବୃହତ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ବିଡେନ ।
138 ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ଘୋଷଣା କଲେ ବିଡେନ - ଆମେରିକା ଆର୍ଥିକ ପ୍ୟାକେଜ
ମହାମାରୀ କୋରୋନା କାରଣରୁ ଭାଙ୍ଗିଯାଇଥିବା ଆମେରିକା ଅର୍ଥନୀତିର ମେରୁଦଣ୍ଡକୁ ପୂନର୍ବାର ଛିଡା କରିବା ପାଇଁ ବୃହତ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ବିଡେନ । ଅଧିକ ପଢନ୍ତୁ...

138 ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ଘୋଷଣା କଲେ ବିଡେନ
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବିଡେଙ୍କ ପକ୍ଷରୁ 1.9 ଟ୍ରିଲିୟନ ଡଲାର ଅର୍ଥାତ 138 ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ତେବେ ବିଡେନ ଶପଥ ଗ୍ରହଣ କରିବା ପରେ ଏହାକୁ ଆମେରିକା ସଂସଦର ଉଭୟ ଗୃହରେ ପାରିତ କରାଯିବ ।
ଏହି ସହାୟତା ପ୍ୟାକେଜରେ ବି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହାକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ୍ ନାମ ଦିଆଯାଇଛି ।