ଓଡିଶା

odisha

ETV Bharat / international

Russia Ukraine War: ଆମେରିକା ଆକାଶରେ ଉଡିବନି ଋଷ ବିମାନ - ଋଷିଆ ବିମାନ ଉପରେ ଆମେରିକାର କଟକଣା

ଆମେରିକା ବାୟୁମାର୍ଗରେ ଉଡିବନି ଋଷ ବିମାନ । ଋଷୀୟ ଏୟାରଲାଇନ ପାଇଁ ଆକାଶପଥ ବନ୍ଦ କରିବ ଆମେରିକା । ଘୋଷଣା କଲେ ବାଇଡେନ । ଅଧିକ ପଢନ୍ତୁ

Russia Ukraine War: ଆମେରିକାରୁ ଉଡିବନି ଋଷିଆ ବିମାନ, ବାଇଡେନଙ୍କ ଘୋଷଣା
Russia Ukraine War: ଆମେରିକାରୁ ଉଡିବନି ଋଷିଆ ବିମାନ, ବାଇଡେନଙ୍କ ଘୋଷଣା

By

Published : Mar 2, 2022, 10:21 AM IST

ୱାସିଂଟନ:ଆମେରିକାରୁ ଋଷକୁ ଉଡିବନି ବିମାନ । ଋଷ ଏୟାରଲାଇନ ପାଇଁ ଆମେରିକାର ଆକାଶ ପଥ ବନ୍ଦ ହେବ । ଆମେରିକୀୟ ଏୟାରସ୍ପେଶରୁ ଋଷୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କଲେ ବାଇଡେନ । ଆଜି 'ଷ୍ଟେଟ୍ ଅଫ୍ ୟୁନିଅନ'କୁ ସମ୍ବୋଧିତ କରି ରାଷ୍ଟ୍ରପତି ବାଇଡେନ ଏହି ଘୋଷଣା କରିଛନ୍ତି । ପୂର୍ବରୁ ୟୁରୋପୀୟ ସଂଘ ଓ କାନାଡା ଋଷୀୟ ଏୟାରଲାଇନ ପାଇଁ ନିଜ ନିଜ ଆକାଶ ପଥ ବନ୍ଦ କରିଥିଲେ । ଏବେ ଆମେରିକା ମଧ୍ୟ ସେମାନଙ୍କୁ ଅନୁସରଣ କରିଛି ।

ୟୁକ୍ରେନ ଉପରେ ଆକ୍ରମଣକୁ ନିନ୍ଦା କରି ଋଷ ଉପରେ ଆର୍ଥିକ ଚାପ ଲଦି ଚାଲିଛି ଆମେରିକା । ଋଷୀୟ ବ୍ୟାଙ୍କଗୁଡିକୁ ସ୍ବିଫ୍ଟରୁ ବାଦ୍ ଦିଆଯିବା ସହ ଆମେରିକା ଓ ୟୁରୋପୀୟ ଦେଶରେ ଋଷର ଥିବା ସମ୍ପତ୍ତିକୁ ଚିହ୍ନଟ କରି ଜବତ କରିବାକୁ ଘୋଷଣା କରିଛନ୍ତି ୟୁରୋପୀୟ ରାଷ୍ଟ୍ର । ଏପରିକି କେନ୍ଦ୍ରୀୟ ବ୍ୟାଙ୍କ ଉପରେ କଟକଣା ମଧ୍ୟ ଲାଗୁ ହୋଇଛି । ଋଷର ଅର୍ଥନୀତି ଦିନକୁ ଦିନ ଗୁରୁତର ସଙ୍କଟ ମଧ୍ୟକୁ ଠେଲି ହେଉଥିବାବେଳେ ଆଜି ବାଇଡେନ ଆଉ ଏକ ଶକ୍ତ ଧକ୍କା ଦେଇଛନ୍ତି । ବାଇଡେନ କହିଛନ୍ତି, ଆମେରିକା ଏୟାରସ୍ପେଶରୁ ଋଷର ସମସ୍ତ ବିମାନ ଉଡାଣ ବନ୍ଦ କରାଯିବ । ଋଷକୁ ଏକଘରକିଆ କରିବାକୁ ଏବଂ ତାର ଅର୍ଥନୀତି ଉପରେ ଅତିରିକ୍ତ ଚାପ ପକାଇବାକୁ ଆମେ ଆମ ସହଯୋଗୀଙ୍କ ସହ କାର୍ଯ୍ୟ କରିବୁ ।

ଏହାମଧ୍ୟ ପଢନ୍ତୁ:ଆର୍ଥିକ ସଙ୍କଟ ମଧ୍ୟରେ ଋଷ ଅର୍ଥନୀତି, SWIFTରୁ ବାହାରିଲା ଋଷୀୟ ବ୍ୟାଙ୍କ

ଆମେରିକୀୟ ପରିବହନ ବିଭାଗ ସଙ୍ଘୀୟ ବିମାନ ଚଳାଚଳ ପ୍ରଶାସନର( U.S. Transportation Department Federal Aviation Administration) ନିର୍ଦ୍ଦେଶ ଆଜି(ବୁଧବାର) ଦିନ ଶେଷସୁଦ୍ଧା କାର୍ଯ୍ୟକାରୀ ହେବ ଏବଂ ଋଷର କାର୍ଗୋ ଓ ଯାତ୍ରୀବାହୀ ବିମାନ ସମେତ ସମସ୍ତ ବିମାନ ବିମାନ ଉଡାଣ ବାତିଲ କରାଯିବ ।

ABOUT THE AUTHOR

...view details