ଓଡିଶା

odisha

By

Published : Jan 20, 2021, 9:12 PM IST

ETV Bharat / international

ଆଜିଠୁ ଆମେରିକାରେ ଜୋ ଯୁଗର ଆରମ୍ଭ, ବିଡେନଙ୍କୁ ବାରାକ ଓବାମାଙ୍କ ଶୁଭେଚ୍ଛା

ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବିଡେନ । ଭବ୍ୟ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ବିଡେନ ଟ୍ବିଟ କରି ଲେଖିଛନ୍ତି ଆମେରିକାରେ ଆଜିଠୁ ନୂଆ ଦିନ । ଅଧିକ ପଢନ୍ତୁ...

ଆଜିଠୁ ଆମେରିକାରେ ଜୋ ଯୁଗର ଆରମ୍ଭ, ବିଡେନଙ୍କୁ ବାରାକ ଓବାମାଙ୍କ ଶୁଭେଚ୍ଛା
ଆଜିଠୁ ଆମେରିକାରେ ଜୋ ଯୁଗର ଆରମ୍ଭ, ବିଡେନଙ୍କୁ ବାରାକ ଓବାମାଙ୍କ ଶୁଭେଚ୍ଛା

ୱାଶିଂଟନ: ଆଉ କିଛି ଘଣ୍ଟା ପରେ ଆମେରିକାରେ ଆରମ୍ଭ ହେବାକୁ ଯାଉଛି ଜୋ ବିଡେଙ୍କ ଯୁଗ । ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବିଡେନ । ଭବ୍ୟ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ବିଡେନ ଟ୍ବିଟ କରି ଲେଖିଛନ୍ତି ଆମେରିକାରେ ଆଜିଠୁ ନୂଆ ଦିନ ।

ଆଜିଠୁ ଆମେରିକାରେ ଜୋ ଯୁଗର ଆରମ୍ଭ, ବିଡେନଙ୍କୁ ବାରାକ ଓବାମାଙ୍କ ଶୁଭେଚ୍ଛା

ଆମେରିକାର ନୂଆ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ପୂର୍ବରୁ ଜୋ ବିଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ବାରାକ ଟ୍ବିଟ କରି ଲେଖିଛନ୍ତି, ଶୁଭେଚ୍ଛା ମୋ ବନ୍ଧୁ ରାଷ୍ଟ୍ରପତି ଜୋ ବିଡେନ । ଏହା ତୁମ ସମୟ ।

ଆଜିଠୁ ଆମେରିକାରେ ଜୋ ଯୁଗର ଆରମ୍ଭ, ବିଡେନଙ୍କୁ ବାରାକ ଓବାମାଙ୍କ ଶୁଭେଚ୍ଛା

ଆମେରିକାର ମୁଖ୍ୟ ବିଚାରପତି ଜନ ରବର୍ଟ ବିଡେନଙ୍କୁ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇବେ । ଶପଥଗ୍ରହଣ କାର୍ଯ୍ୟକ୍ରମ 11ଟାରେ ଆରମ୍ଭ ହେବ । ଯେତେବେଳେ ବିଡେନ ଶପଥ ନେବେ ସେତେବେଳେ ଭାରତୀୟ ସମୟ ଅନୁଯାୟୀ ସମୟ ରାତି 10ଟା 30 ହୋଇଥିବ ।

ABOUT THE AUTHOR

...view details