ଓଡିଶା

odisha

ETV Bharat / international

'ଟିକ୍‌ ଟକ୍‌ରେ ରୋକ ଲଗାଇବା ଚୀନର ଗୁପ୍ତଚର କାର୍ଯ୍ୟକଳାପର ଅସ୍ତ୍ର ଛଡାଇ ନେବା ସହ ସମାନ' - china tiktok

ଚୀନ ଟିକ୍‌ ଟକ୍ ଆପ ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବିଷୟରେ ଖବର ରଖୁଛି । ଯାହା ସିଧାସଳଖ ଚୀନର ସୁପର କମ୍ପ୍ୟୁଟରକୁ ଯାଉଛି। ଅଧିକ ପଢନ୍ତୁ...

'ଟିକଟକ ଉପରେ ପରୋକ ଲଗାଇବା ଚୀନର ଗୁପ୍ତଚର କାର୍ଯ୍ୟକଳାପର ଅସ୍ତ୍ର ଛାଡାଇ ନେବା ସହ ସମାନ'
'ଟିକଟକ ଉପରେ ପରୋକ ଲଗାଇବା ଚୀନର ଗୁପ୍ତଚର କାର୍ଯ୍ୟକଳାପର ଅସ୍ତ୍ର ଛାଡାଇ ନେବା ସହ ସମାନ'

By

Published : Jul 15, 2020, 6:05 PM IST

ଓ୍ବାଶିଂଟନ: ହ୍ବାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ, ଭାରତ ଭଳି ଦେଶ ଦ୍ୱାରା ଟିକଟକ ଭଳି ମୋବାଇଲ ଆପ ଉପରେ ନିଷେଧାଦେଶ ଲଗାଇବା ଚୀନ ଠାରୁ ଏକ ବଡ଼ ଅସ୍ତ୍ର ଛଡ଼ାଇବା ସଦୃଶ। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରାଇନ କହିଛନ୍ତି ଯେ, ଚୀନ ଆପ ଟିକଟାଲ, ୱିଚାଟ ଏବଂ ଅନ୍ୟ କେତେକ ଆପ ଉପରେ ଟ୍ରମ୍ପ ପ୍ରଶାସନ ଅତି ଗୁରୁତର ସହ ବିଚାର କରୁଛି।

ଟିକଟକ ପରି ଏକ ଆପ ଦ୍ବାରା ସୃଷ୍ଟି ହୋଇଥିବା ବିପଦ ଉପରେ ସେ କହିଛନ୍ତିଯେ, ''ଆପଣ ଜାଣନ୍ତି ଯେ, ଭାରତ ଚାଇନିଜ ଆପଗୁଡିକୁ ନିଷିଦ୍ଧ କରିସାରିଛି। ଯଦି ଭାରତ ପରେ ଆମେରିକାରେ ଏହି ଆପଗୁଡିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଏ, ତେବେ କେତେକ ପଶ୍ଚିମ ଭାଗରେ ଥିବା ଦେଶ ଗୁଡିକରେ ମଧ୍ୟ ରୋକ ଲଗାଯିବ ଯାହା ଦ୍ବାରା ସିସିପି (ଚାଇନିଜ କମ୍ୟୁନିଷ୍ଟ ପାର୍ଟି)ର ଗୁପ୍ତଚର କାର୍ଯ୍ୟର ଏକ ବଡ ଅସ୍ତ୍ର ଛଡ଼ାଇ ନିଆଯିବ" ।

ଓ’ବ୍ରାଇନ କହିଛନ୍ତି, ଟିକଟକ ବ୍ୟବହାର କରି କିଛି ପିଲା ଏହାର ମଜା ନେଉଛନ୍ତି । ହେଲେ ଏହା ବ୍ୟତୀତ ଅନେକ ସୋସିଆଲ ମିଡିଆ ଅଛି ଯାହାର ବ୍ୟବାହର କରି ମଜା ନେଇ ହବ । କାରଣ ଚୀନ ଏହା ଦ୍ବାରା ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ନେଉଛି । ସେ ଖୋଜୁଛି ତୁମର ସାଙ୍ଗ କିଏ, ତୁମର ପିତାମାତା କିଏ । ଏହା ଦ୍ବାରା ସେ ତୁମର ସମସ୍ତ ସମ୍ପର୍କ ଜାଣିପାରିବ" ।

ସେ ଆହୁରି କହିଛନ୍ତି ଯେ, ସମସ୍ତ ସୂଚନା ସିଧାସଳଖ ଚୀନର ସୁପର କମ୍ପ୍ୟୁଟରକୁ ଯାଉଛି। ଚୀନ ତୁମ ବିଷୟରେ ସବୁକିଛି ଜାଣିଛି। ଆପଣ କାହାକୁ ଏପରି ବ୍ୟକ୍ତିଗତ ସୂଚନା ଦେଉଛନ୍ତି ସେ ବିଷୟରେ ଆପଣ ଅତ୍ୟନ୍ତ ସତର୍କ ରହିବା ଉଚିତ” । ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ କେବଳ ଟିକଟକ ନୁହେଁ ୱିଚାଟ ଏବଂ ଅନ୍ୟ କେତେକ ଚାଇନିଜ ଆପ ଉପରେ ମଧ୍ୟ ବିଚାର କରୁଛନ୍ତି । କାରଣ ଚାଇନିଜମାନେ ଆମେରିକାର ବ୍ୟକ୍ତିଗତ ତଥ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି।

ABOUT THE AUTHOR

...view details