ଓଡିଶା

odisha

By

Published : Apr 24, 2020, 7:12 PM IST

ETV Bharat / international

ବିନା କାରଣରେ କୋଭିଡ 19 ଡାଟା ଟ୍ରେସିଂ କରିବା ଅପରାଧ

ଅଷ୍ଟ୍ରେଲିଆରେ ଏବେ ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ ରହିଛି । ସରକାରଙ୍କ କଡା କଟକଣା ଯୋଗୁଁ ଏହା 78ରେ ସୀମିତ ରହିଛି । ଅଧିକ ପଢନ୍ତୁ...

ବିନା କାରଣରେ କୋଭିଡ 19 ଡାଟା ଟ୍ରେସିଂ କରିବା ଅପରାଧ
ବିନା କାରଣରେ କୋଭିଡ 19 ଡାଟା ଟ୍ରେସିଂ କରିବା ଅପରାଧ

ସିଡନୀ: ବିନା କାରଣରେ କୋଭିଡ 19 ଡାଟା ଟ୍ରେସିଂ କରିବା ଏବେ ଅପରାଧ ଭାବେ ବିବେଚନା କର।ଯିବ ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି । ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାରଣ ନଥିଲେ କୋରୋନା ଭୂତାଣୁ ସମ୍ପର୍କରେ ଦେଶର ତଥ୍ୟକୁ ବ୍ୟବହାର କରାଯାଇପାରିବ ନାହିଁ । ଏହା ଅପରାଧ ବୋଲି ଗଣନା ହେବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡବିଧାନ ହେବ ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏନେଇ ସୂଚନା ଦେଇଛନ୍ତି । କୋଭିଡ 19 ସଂକ୍ରମିତ ସମସ୍ତ ତଥ୍ୟ ଜାଣିବାକୁ ଯଦି ସ୍ମାର୍ଟଫୋନ ସଫ୍ଟୱେର ଦ୍ବାରା କେହି ବ୍ୟକ୍ତି ଉଦ୍ୟମ କରନ୍ତି ତେବେ ଏହା ଅପରାଧ ହେବ । ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ଅକ୍ରାନ୍ତଙ୍କ ତଥ୍ୟ ଜାଣିବାକୁ ମଧ୍ୟ କେହି ଚେଷ୍ଟା କଲେ ଏହାକୁ କ୍ରାଇମ ବୋଲି ଧରାଯିବ । ଆଗାମୀ ଦିନରେ ସରକାର ଟ୍ରେସିଂ ଆପ୍ ବାହାର କରିବାକୁ ଯାଉଛନ୍ତି । ତେବେ ଏହାର ଦୁରୁପୋଯୋଗ ହେବାର ଆଶଙ୍କା ରହିଛି । ଲୋକେ ଏଥିରୁ ଆକ୍ରାନ୍ତଙ୍କ ତଥ୍ୟ ବାହାର କରି ସେମାନଙ୍କ ସହ ଦୁର୍ବ୍ୟବହାର କରିବେ ବୋଲି ସରକାର ଆଶା କରୁଛନ୍ତି । ଏଥିପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ।

ତେବେ ଅଷ୍ଟ୍ରେଲିଆରେ ଏବେ ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ ରହିଛି । ସରକାରଙ୍କ କଡା କଟକଣା ଯୋଗୁଁ ଏହା 78ରେ ସୀମିତ ରହିଛି । ଲକଡାଉନ ଘୋଷଣା ସହ ସାମାଜିକ ଦୂରତାକୁ ଲାଗୁ କରିବାକୁ ସରକାର ସେନାର ସହାୟତା ନେଇଛନ୍ତି । ମେ ମାସ ମଧ୍ୟ ଭାଗ ଯାଏଁ ସାମାଜିକ ଦୂରତା କଟକଣା ଲାଗୁ ରହିବ । ଏହି ସମୟରେ ସରକାର ଟ୍ରେସିଂ ଆପ୍ ଲଞ୍ଚ କରିବାର ଯୋଜନା ରଖିଛନ୍ତି । ଏଥିରୁ ଦେଶର କୋରୋନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ । ତେବେ ଏହାର ଅଣ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବ୍ୟବହାର ଉପରେ ସରକାର କଟକଣା ଲଗାଇଛନ୍ତି ।

ABOUT THE AUTHOR

...view details