ଓଡିଶା

odisha

ETV Bharat / international

ଲିବିୟାରେ ଜାହାଜ ଦୁର୍ଘଟଣା, 74ରୁ ଉର୍ଦ୍ଧ୍ବ ପ୍ରବାସୀ ମୃତ - 74ରୁ ଉର୍ଦ୍ଧ୍ବ ପ୍ରବାସୀ ମୃତ

ଜାହାଜ ଭାଙ୍ଗିଯିବାରୁ ଲିବିୟାରେ 74 ପ୍ରବାସୀଙ୍କ ମୃତ୍ୟୁ । ଏହି ଜାହାଜରେ ମହିଳା ଓ ଶିଶୁଙ୍କ ସମେତ 120ରୁ ଉର୍ଦ୍ଧ୍ବ ଲୋକ ପରିବହନ ହେଉଥିଲା । ଏବେ ସୁଦ୍ଧା 31ଟି ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ଖବର ପଢନ୍ତୁ...

ଲିବିୟାରେ ଜାହାଜ ଦୁର୍ଘଟଣା, 74ରୁ ଉର୍ଦ୍ଧ୍ବ ପ୍ରବାସୀ ମୃତ
ଲିବିୟାରେ ଜାହାଜ ଦୁର୍ଘଟଣା, 74ରୁ ଉର୍ଦ୍ଧ୍ବ ପ୍ରବାସୀ ମୃତ

By

Published : Nov 13, 2020, 12:28 PM IST

ୱାଶିଂଟନ୍: ଜାହାଜ ଭାଙ୍ଗିଯିବାରୁ ଲିବିୟାରେ 74 ପ୍ରବାସୀଙ୍କ ମୃତ୍ୟୁ । ଏଥିରେ ମହିଳା ଓ ଶିଶୁଙ୍କ ସମେତ 120ରୁ ଉର୍ଦ୍ଧ୍ବ ଲୋକ ଯାତ୍ରା କରୁଥିଲେ । ତେବେ 47 ଜଣଙ୍କୁ ତଟରକ୍ଷୀ ବା ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିବାବେଳେ 31 ଟି ମୃତଦେହ ଉଦ୍ଧାର କରାଯାଇଛି।

ଅନ୍ତର୍ଜାତୀୟ ସଂଗଠନ (IOM) ଏକ ପ୍ରେସ ବିବୃତ୍ତିରେ ଘୋଷଣା କରିଛି ଯେ, ୟୁରୋପରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅତିକମରେ 120 ଜଣ ପ୍ରବାସୀଙ୍କୁ ନେଇ ଜାହାଜଟି ଯାତ୍ରା କରୁଥିଲା । ହେଲେ ଭାଙ୍ଗିଯିବାରୁ ଏଥିରେ ଥିବା 74 ଜଣରୁ ଉର୍ଦ୍ଧ୍ବ ପ୍ରବାସୀଙ୍କ ମୃତ୍ୟୁ ଘଟିଛି ।

"ଆଇଓଏମ୍ ର କର୍ମଚାରୀମାନେ ରିପୋର୍ଟ କରିଛନ୍ତି ଯେ, ଅକ୍ଟୋବରରୁ କେନ୍ଦ୍ରୀୟ ଭୂମଧ୍ୟସାଗରରେ 8 ଟି ଜାହାଜ ଭାଙ୍ଗିଯିବା ଘଟଣାରେ ଲିବିୟାର ଖୁମ୍ସ ଉପକୂଳରେ ଅତି କମରେ 74 ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । "

"ଚଳିତ ବର୍ଷ ଏପର୍ଯ୍ୟନ୍ତ ଅନ୍ତତଃ 900 ଲୋକ ୟୁରୋପୀୟ ଉପକୂଳରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ଭୂମଧ୍ୟସାଗରରେ ବୁଡ଼ି ଯାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେତୁ 11,000 ରୁ ଅଧିକ ଲୋକ ଲିବିୟାକୁ ଫେରି ଆସି ମାନବିକ ଅଧିକାରର ଉଲ୍ଲଂଘନ, ମିଳିତ ଜାତିସଂଘ ଦ୍ବାରା ଦଲିଲର ହୋଇଥିବା ଅପବ୍ୟବହାର, କାରବାର ଏବଂ ଶୋଷଣ ନେଇ ପ୍ରକାଶ କରିଛନ୍ତି । ଆଇଓଏମ ନିକଟରେ ଲିବିଆରୁ ପଳାୟନ କରୁଥିବା ଶରଣାର୍ଥୀଙ୍କ ରେକର୍ଡ କରିଛି । ଯେଉଁଥିରେ 1,900 ଜଣଙ୍କୁ ଅଟକାଇ ଫେରାଇ ଦିଆଯାଇଛି । ଏବଂ ଅକ୍ଟୋବର ଆରମ୍ଭରୁ 780 ରୁ ଅଧିକ ଇଟାଲୀରେ ପହଞ୍ଚିଛନ୍ତି।

ABOUT THE AUTHOR

...view details