ୱାଶିଂଟନ୍: ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ 5 ଅନ୍ତରୀଣ ସହଯୋଗୀ କୋରୋନା ପଜିଟିଭ୍। ଏହି କର୍ମଚାରୀଙ୍କ ମଧ୍ୟରେ ମୁଖ୍ୟ କର୍ମକର୍ତ୍ତା ମାର୍କ ସର୍ଟ ଏବଂ ବାହ୍ୟ ପରାମର୍ଶଦାତା ମାର୍ଟି ଓବଷ୍ଟ ମଧ୍ୟ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ, ପେନ୍ସର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଲୋକ କୋରୋନା ପଜିଟିଭ୍ ଆସିଛନ୍ତି। ପଜିଟିଭ୍ ଆସିଥିବା ସମସ୍ତ କର୍ମକର୍ତ୍ତା ଭୟଭୀତ ଅଛନ୍ତି ବୋଲି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ଓବଷ୍ଟ ପେନ୍ସର ଜଣେ ବରିଷ୍ଠ ରାଜନୈତିକ ପରାମର୍ଶଦାତା କିନ୍ତୁ ସରକାରୀ କର୍ମଚାରୀ ନୁହଁନ୍ତି । ଏହାସହ ପେନ୍ସ କାର୍ଯ୍ୟାଳୟରେ ଅତି କମରେ ତିନିଜଣ କର୍ମଚାରୀ ମଧ୍ୟ ପଜିଟିଭି୍ ଆସିଛନ୍ତି। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗତ କିଛି ଦିନ ମଧ୍ୟରେ କୋରୋନା ପଜିଟିଭି୍ ଆସିଥିବା ସହାୟକକାରୀଙ୍କ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛି। ଶନିବାର ପେନ୍ସଙ୍କ କାର୍ଯ୍ୟାଳୟ ଘୋଷଣା କରିଥିଲା ଯେ ସର୍ଟ ପଜିଟିଭ୍ ଆସିଛନ୍ତି।