ଓଡିଶା

odisha

ETV Bharat / international

‘ବ୍ଲାକ ଲାଇଭ୍ସ ମ୍ୟାଟର’ ସପକ୍ଷରେ ଆପଲ, ଅପଡେଟ ହେଲା ସିରି - ଆପଲ ସିରି

ସାରା ଦେଶରେ ବ୍ୟାପିଥିବା ‘ଅଲ ଲାଇଭ୍ସ ମ୍ୟାଟର’ ଓ ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାରାକୁ ନେଇ କେଉଁଠି ସମର୍ଥନ ମିଳୁଛି ତ କେଉଁଠି ମିଳୁଛି ରାଜନୈତିକ ବିରୋଧ । ଏବେ ଏହି ତାଲିକାରେ ସାମିଲ ହୋଇଛି ଆପଲ ।

apple supports black lives matter, update in apple's siri, apple siri, latest technology news, ବ୍ଲାକ ଲାଇଭ୍ସ ମ୍ୟାଟର ସପକ୍ଷରେ ଆପଲ, ଆପଲରେ ସିରିର ଅପଡେଟ, ଆପଲ ସିରି, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
‘ବ୍ଲାକ ଲାଇଭ୍ସ ମ୍ୟାଟର’ ସପକ୍ଷରେ ଆପଲ, ଅପଡେଟ ହେଲା ସିରି

By

Published : Jun 10, 2020, 1:14 AM IST

ସାନ ଫ୍ରାନ୍ସିସ୍କୋ: ସାରା ଦେଶରେ ବ୍ୟାପିଥିବା ‘ଅଲ ଲାଇଭ୍ସ ମ୍ୟାଟର’ ଓ ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାରାକୁ ନେଇ କେଉଁଠି ସମର୍ଥନ ମିଳୁଛି ତ କେଉଁଠି ମିଳୁଛି ରାଜନୈତିକ ବିରୋଧ । ଏମିତିରେ ଅନେକ ଟେକ୍ନୋଲୋଜି ଜାଏଣ୍ଟ ଏହି ବିରୋଧରେ ପରୋକ୍ଷରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏବେ ଏହି ତାଲିକାରେ ସାମିଲ ହୋଇଛି ଆପଲ । ଆପଲରେ ଥିବା ସିରି ଅପଡେଟ ସହ ‘ଅଲ ଲାଇଭ୍ସ ମ୍ୟାଟର’ କମାଣ୍ଡରେ ଭିନ୍ନ ପ୍ରତିକ୍ରିୟା ଦେବା ପାଇଁ ପ୍ରସ୍ତୁତ ହୋଇଛି ଡିଜାଇନ ।

ଆମେରିକା ଓ ଅନ୍ୟ ରାଷ୍ଟ୍ରମାନଙ୍କରେ ବ୍ଲାକ ଲାଇଭନ୍ସ ମ୍ୟାଟରର ପ୍ରତିଉତ୍ତରରେ ଅଲ ଲାଇଭ୍ସ ମ୍ୟାଟରର ନାରା ଜୋର ଧରିଛି । ଏମିତିରେ ଆପଲର ଏଆଇ ଆସିଷ୍ଟାଣ୍ଟ ସିରିକୁ ମିଳିଛି ନୂଆ ଟ୍ରେନିଂ । ‘ଡୁ ବ୍ଲାକ ଲାଇଭ୍ସ ମ୍ୟାଟର’ ବା ‘କୃଷ୍ଣକାୟଙ୍କ ଜୀବନର ମୂଲ୍ୟ ଅଛି କି?’ ପ୍ରଶ୍ନରେ ସାଧାରଣ ହଁର ଉତ୍ତର ଦେବ ସିରି । ଏଥିସହ ଏହି ଆନ୍ଦୋଳନ ସମ୍ପର୍କିତ ଅଧିକ ତଥ୍ୟ ପାଇଁ ସମ୍ପୃକ୍ତ ୱେବସାଇଟର ଠିକଣା ଦେବ ସିରି ।

ସମାନ ଭାବେ ‘ଡୁ ଅଲ ଲାଇଭ୍ସ ମ୍ୟାଟର’ ପ୍ରଶ୍ନର ଉତ୍ତରରେ ମଧ୍ୟ ସିରି ନିଜର ଦୃଢ ଜବାବ ବଜାୟ ରଖିବା ପାଇଁ ଅପଡେଟ କରାଯାଇଛି । ତେବେ ଆପଲ ୱାଶିଂଟଲ ଡିସିସ୍ଥିତ ସାଟେଲାଇଟ ଫଟୋରେ ମଧ୍ୟ ପରିବର୍ତ୍ତନ କରିଛି । ଏବେ ଆପଲ ମ୍ୟାପରେ ଜଣେ ହ୍ବାଇଟ ହାଉସ ନିକଟବର୍ତ୍ତୀ ଆନ୍ଦୋଳନର ଗଳିର ଠିକଣା ପାଇପାରିବେ । ସେପଟେ ନିକଟରେ ଆପଲ ସିଇଓ ଟିମ କୁକ କହିଥିଲେ କି ଏହି ଆନ୍ଦୋଳନ ପାଇଁ ଆପଲକୁ ଆହୁରି ବହୁତ କିଛି କରିବାର ଆବଶ୍ୟକତା ରହିଛି ।

@IANS

ABOUT THE AUTHOR

...view details