ଓଡିଶା

odisha

ETV Bharat / international

ଆପଲ୍ 12 ସିରିଜର ବ୍ୟାଟେରୀ କ୍ଷମତା କମ୍ - ଆମେରିକା ଟେକ୍ ଜାଏଣ୍ଟ

ଆମେରିକା ଟେକ୍ ଜାଏଣ୍ଟ ଆପଲ୍ ନିଜ ନୂଆ ଆଇଫୋନ୍ ସିରିଜ ଲଞ୍ଚ କରିବାକୁ ଯାଉଛି । ଆଗାମୀ ସେପ୍ଟେମ୍ବରରେ କମ୍ପାନୀ ଆଇଫୋନ୍ 12ର ନୂଆ ମଡେଲ ରିଲିଜ କରିବାକୁ ଯୋଜନା ରଖିଛି । ଅଧିକ ପଢନ୍ତୁ..

ଆପଲ୍ 12 ସିରିଜର ବ୍ୟାଟେରୀ କ୍ଷମତା କମ୍
ଆପଲ୍ 12 ସିରିଜର ବ୍ୟାଟେରୀ କ୍ଷମତା କମ୍

By

Published : Jul 15, 2020, 7:18 PM IST

କାଲିଫର୍ଣ୍ଣିଆ: ଆମେରିକା ଟେକ୍ ଜାଏଣ୍ଟ ଆପଲ୍ ନିଜ ନୂଆ ଆଇଫୋନ୍ ସିରିଜ ଲଞ୍ଚ କରିବାକୁ ଯାଉଛି । ଆଗାମୀ ସେପ୍ଟେମ୍ବରରେ କମ୍ପାନୀ ଆଇଫୋନ୍ 12ର ନୂଆ ମଡେଲ ରିଲିଜ କରିବାକୁ ଯୋଜନା ରଖିଛି । ଅକ୍ଟୋବର ସୁଦ୍ଧା ଏହି ମଡେଲ ସବୁ ବିକ୍ରି ପାଇଁ ଉପଲବ୍ଧ ହେବ ବୋଲି ଖବର ରହିଛି ।

ତେବେ ନିକଟରେ ଏହି ସିରିଜର ବ୍ୟାଟେରୀ ନେଇ ଏକ ରିପୋର୍ଟ ମିଳିଛି । ଆଇଫୋନ୍ 12 ସିରିଜର ସମସ୍ତ ମଡେଲର ବ୍ୟାଟେରୀ କମ୍ ରହିବ ବୋଲି ଜଣାପଡିଛି । ଆଇଫୋନ୍ 11 ତୁଳନାରେ ଏହି ମଡେଲର ବ୍ୟାଟେରୀ ଅପେକ୍ଷାକୃତ ଛୋଟ ରହିବା ସହ ଏମାନଙ୍କ କ୍ଷମତା ମଧ୍ୟ ଅଳ୍ପ ରହିବ । ରିପୋର୍ଟ ଅନୁସାରେ ଆପଲ୍ ଆଇଫୋନ୍ 12, ଆଇଫୋନ୍ 12 ମ୍ୟାକ୍ସ, ଆଇଫୋନ୍ 12 ପ୍ରୋ ଏବଂ ଆଇଫୋନ୍ 12 ପ୍ରୋ ମ୍ୟାକ୍ସ ମଡେଲ ଆଣିବାକୁ ଯାଉଛି । ଏମାନଙ୍କର ବ୍ୟାଟେରୀ ୟୁନିଟର କ୍ଷମତା ହେଲା 2227, 2775 ଏବଂ 3687 ଏମଏଏଚ ।

ତେବେ ଆଇଫୋନ୍ 11ର ବ୍ୟାଟେରୀ ୟୁନିଟର କ୍ଷମତା 12 ସିରିଜରୁ ବେଶୀ ରହିଛି । ସିରିଜର ସବୁଠାରୁ କମ ଦାମ୍ ଥିବା ଆଇଫୋନ୍ 11 ବ୍ୟାଟେରୀର କ୍ଷମତା 12 ସିରିଜର ପ୍ରୋ ମ୍ୟାକ୍ସଠାରୁ ଅଧିକ ରହିଛି । ଏହାର କ୍ଷମତା 3110 ଏମଏଏଚ ଥିବାବେଳେ ଆଇଫୋନ୍ 11 ପ୍ରୋର କ୍ଷମତା 3046 ଏମଏଏଚ ଅଛି । ସେହିପରି 11 ପ୍ରୋ ମ୍ୟାକ୍ସର ବ୍ୟାଟେରୀ 3969 ଏମଏଏଚ ରହିଛି । ଏହି 12 ସିରିଜରେ 5ଜି ନେଟୱାର୍କର ସୁବିଧା ଥିବାବେଳେ ପ୍ରୋ ମଡେଲରେ 120 ଏଚଜେଡ ଡିସପ୍ଲେ ରହିବ ବୋଲି ରିପୋର୍ଟ ରହିଛି ।

ABOUT THE AUTHOR

...view details