ଓଡିଶା

odisha

ETV Bharat / international

କୋରୋନା ଆଲର୍ଟ ପାଇଁ ଟେକ୍ନୋଲୋଜି ଆଣିଲେ ଗୁଗୁଲ୍ ଏବଂ ଆପଲ୍ - ଗୁଗୁଲ୍ ଏବଂ ଆପଲ୍ କମ୍ପାନୀ

ଗୁଗୁଲ୍ ଏବଂ ଆପଲ୍ କମ୍ପାନୀ ମିଶି ଏକ ଏପରି ଟେକ୍ନୋଲୋଜି ଲଞ୍ଚ କରିଛନ୍ତି ଯେଉଁଥିରେ କୋରୋନା ପାଇଁ ଆଲର୍ଟ କରୁଥିବା ଏକ ଆପ୍ ପ୍ରସ୍ତୁତ ହୋଇପାରିବ । ଏହି ଟେକ୍ନୋଲୋଜି ସହ ୟେୟାର ହୋଇଥିବା ଆପ୍ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିବା ପୂର୍ବରୁ ଯେଉଁ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିବେ ତାଙ୍କୁ ଆଲର୍ଟ କରାଇବ ।

corona alert technology
ଗୁଗୁଲ୍ ଏବଂ ଆପଲ୍ ମିଶି ଲଞ୍ଚ କଲେ କୋରୋନା ଆଲର୍ଟ ଟେକ୍ନୋଲୋଜି

By

Published : May 22, 2020, 4:09 PM IST

ୱାଶିଂଟନ୍: ଗୁଗୁଲ୍ ଏବଂ ଆପଲ୍ କମ୍ପାନୀ ମିଶି ଏକ ଏପରି ଟେକ୍ନୋଲୋଜି ଲଞ୍ଚ କରିଛନ୍ତି ଯେଉଁଥିରେ କୋରୋନା ପାଇଁ ଆଲର୍ଟ କରୁଥିବା ଏକ ଆପ୍ ପ୍ରସ୍ତୁତ ହୋଇପାରିବ । ଏହି ଟେକ୍ନୋଲୋଜି ସହ ୟେୟାର ହୋଇଥିବା ଆପ୍ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିବା ପୂର୍ବରୁ ଯେଉଁ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିବେ ତାଙ୍କୁ ଆଲର୍ଟ କରାଇବ ।

ଆପଲର ସିଇଓ ଟିମ୍ କୁକ୍ ଟ୍ୱିଟରରେ ଲେଖିଛନ୍ତି ଯେ, ଆମ ଟେକ୍ନୋଲୋଜି ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ କୋରୋନା ଆକ୍ରାନ୍ତକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଆମେ ଗୁଗୁଲ ସହିତ ମିଶି ଏକ୍ସପୋଜର ନୋଟିଫିକେଶନ ଟେକ୍ନିକ ତିଆରି କରିଛୁ । ଆମେ ବହୁତ ଶୀଘ୍ର ଏହି ଟେକ୍ନିକକୁ ୟୁଜର ମାନଙ୍କ ପାଇଁ ଉପଲବ୍ଧ କରାଇବୁ ଏବଂ ଏହା ୟୁଜରଙ୍କ ତଥ୍ୟକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ।

ସେହିପରି ଗୁଗୁଲ ସିଇଓ ସୁନ୍ଦର ପିଚାଇ ଟ୍ୱିଟ୍ କରି କହିଛନ୍ତି ଯେ, ଆମେ ଏହି ଟେକ୍ନୋଜିକୁ ଆପଲ ସହିତ ମିଶି ତିଆରି କରିଛୁ । ଏହି ଆପ୍ ସ୍ୱାସ୍ଥ୍ୟ ଏଜେନ୍ସିଗୁଡ଼ିକୁ ଆକ୍ରାନ୍ତଙ୍କ ଚିହ୍ନଟ କରିବାରେ ସାହାର୍ଯ୍ୟ କରିବ । ଆମର ଲକ୍ଷ୍ୟ ହେଉଛି ଲୋକଙ୍କ ଗୋପନୀୟତାକୁ ଧ୍ୟାନରେ ରଖି ଭାଇରସର ବିପଦକୁ ମୁକାବିଲା କରିବା।

ଏହି ଟେକ୍ନୋଲୋଜି ୱେୟାରଲେସ ଟେକ୍ନୋଲୋଜି ବ୍ଲୁଟୁଥରେ କାମ କରିବ । ଏହି ଟେକ୍ନୋଲୋଜି ବ୍ୟବହାର କରି ସରକାରୀ ସଂସ୍ଥା କିମ୍ବା ସ୍ୱାସ୍ଥ୍ୟ ଏଜେନ୍ସିମାନେ ନିଜର ଆପ୍ ତିଆରି କରିପାରିବେ । ଯାହା କୋରୋନା ଆକ୍ରାନ୍ତଙ୍କ ଚିହ୍ନଟ କରିବାରେ ସାହାର୍ଯ୍ୟ କରିବ ।

ଏହି ଟେକ୍ନୋଲୋଜି ସହିତ ତିଆରି ହୋଇଥିବା ଆପ୍ ଗୁଗୁଲ କିମ୍ବା ପ୍ଲେ ଷ୍ଟୋରରୁ ଡାଉନଲୋଡ୍ ହୋଇପାରିବ । ଏକ ଆକଳନ ଅନୁଯାୟୀ, ବିଶ୍ୱରେ 380 କୋଟି ଲୋକ ସ୍ମାର୍ଟ ଫୋନ୍ ବ୍ୟବହାର କରନ୍ତି ।

ABOUT THE AUTHOR

...view details