ଓଡିଶା

odisha

ETV Bharat / international

ଶତାଧିକ ଶିଶୁ ଶ୍ରମିକଙ୍କ ମୁକ୍ତି ନେଇ ଆମେରିକୀୟ ବିଚାରପତିଙ୍କ ନିର୍ଦ୍ଦେଶ - ଶିଶୁ ଶ୍ରମିକ

ଆମେରିକାରେ ତିନୋଟି ପରିବାର ନିରୋଧ କେନ୍ଦ୍ରରେ ଅଟକ ଥିବା 124 ଶିଶୁ ଶ୍ରମିକଙ୍କୁ ମୁକ୍ତ କରିବା ପାଇଁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି ସଂଘୀୟ ବିଚାରପତି ।

detained migrant children in america, migrants childeren to be freed in america, migrant children, american judge's order, ଆମେରିକାରେ ବନ୍ଧକ ଶିଶୁ ଶ୍ରମିକ, ଆମେରିକାରେ ମୁକ୍ତ ହେବେ ଶିଶୁ ଶ୍ରମିକ, ଶିଶୁ ଶ୍ରମିକ, ଆମେରିକା ବିଚାରପତିଙ୍କ ରାୟ
ଶତାଧିକ ଶିଶୁ ଶ୍ରମିକଙ୍କ ମୁକ୍ତି ନେଇ ଆମେରିକୀୟ ବିଚାରପତିଙ୍କ ନିର୍ଦ୍ଦେଶ

By

Published : Jun 28, 2020, 1:03 PM IST

ୱାଶିଂଟନ: ଆମେରିକାରେ ତିନୋଟି ପରିବାର ନିରୋଧ କେନ୍ଦ୍ରରେ ଅଟକ ଥିବା 124 ଶିଶୁ ଶ୍ରମିକଙ୍କୁ ମୁକ୍ତ କରିବା ପାଇଁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି ସଂଘୀୟ ବିଚାରପତି । ଏହି ନିର୍ଦ୍ଦେଶ ଉପରେ ଶୁକ୍ରବାର ଜିଲ୍ଲା ବିଚାରପତି ଡଲି ଗି କହିଥିଲେ କି କାନସାସ, ପେନସିଲଭାନିଆ ଓ ଟେକ୍ସାସରେ ଥିବା ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ(ଆଇସିଇ) ସେଣ୍ଟର ଉତ୍ତେଜିତ ରହିଥିବା ବେଳେ ବର୍ତ୍ତମାନ କୌଣସି ପଦକ୍ଷେପ ନେବା ପାଇଁ ସମୟ ନାହିଁ ।

ତେଣୁ ସମସ୍ତ ଶିଶୁ ଶ୍ରମିକଙ୍କୁ ଜୁଲାଇ ମଧ୍ୟଭାଗ ସୁଦ୍ଧା ମୁକ୍ତ କରିବାକୁ ହେବ ବୋଲି ଡଲି ନିର୍ଦ୍ଦେଶ ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ କି ଶିଶୁମାନଙ୍କୁ ଦାୟିତ୍ବବାନ ଓ ବିଶ୍ବସନୀୟ ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ହେବ । ତେବେ ସେହି ଶିଶୁଙ୍କ ଅଭିଭାବକଙ୍କୁ ମଧ୍ୟ ହସ୍ତାନ୍ତର କରିବା ପ୍ରକ୍ରିୟାରେ ସାମିଲ କରାଯାଇପାରେ ।

ସେପଟେ ଏନେଇ ନିକଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ନିକଟ ଅତୀତରେ ଶିଶୁ ଶ୍ରମିକ ଅଟକ ସଂଖ୍ୟା କମିବାରେ ଲାଗିଛି । ମେ’ ମାସରେ ତିନୋଟି ସେଣ୍ଟରରେ 184 ଜଣ ଶିଶୁ ଶ୍ରମିକ ଅଟକ ରହିଥିବା ବେଳେ ଏବେ ଏହା କମି 124ରେ ପହଞ୍ଚିଛି । ତେଣେ ଅନେକ ସମାଜସେବୀ ମଧ୍ୟ ଅଟକ ଥିବା ପରିବାର ଓ ଶ୍ରମିକଙ୍କୁ ମୁକ୍ତ କରି କୋରୋନା ସଂକ୍ରମଣ ରୋକିବାକୁ ଦାବି କରିଛନ୍ତି ।

@IANS

ABOUT THE AUTHOR

...view details