ଓଡିଶା

odisha

ETV Bharat / international

କର୍ମଚାରୀଙ୍କୁ ଟିକଟକ୍ ବ୍ୟାନ ନିର୍ଦ୍ଦେଶ ଏକ ଭୁଲ: ଆମାଜନ - tiktok ban

ନିଜର କିଛି କର୍ମଚାରୀଙ୍କୁ ଟିକଟକ୍ ଡିଲିଟ୍ କରିବା ପାଇଁ ଆମାଜନ ପକ୍ଷରୁ ଏକ ମେଲ୍ ପଠାଯାଇଥିଲା । ପ୍ରାୟ 5 ଘଣ୍ଟା ଧରି ଏହି ମେଲ୍ ରହିବା ପରେ ଏହାକୁ ଏକ ଭୁଲ ବୋଲି କମ୍ପାନୀ ମାନିଥିଲା । ଅଧିକ ପଢନ୍ତୁ...

କର୍ମଚାରୀଙ୍କୁ ଟିକଟକ୍ ବ୍ୟାନ ନିର୍ଦ୍ଦେଶ ଏକ ଭୁଲ: ଆମାଜନ
କର୍ମଚାରୀଙ୍କୁ ଟିକଟକ୍ ବ୍ୟାନ ନିର୍ଦ୍ଦେଶ ଏକ ଭୁଲ: ଆମାଜନ

By

Published : Jul 12, 2020, 12:55 AM IST

ସାନ ଫ୍ରାନସିସ୍କୋ: ଟିକଟକ୍ ବ୍ୟାନକୁ ନେଇ ସାରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ଏପରି ସମୟରେ ଆଉ ଏକ ଖବର ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି । ଆମାଜନ ପକ୍ଷରୁ ଏହାର କର୍ମଚାରୀଙ୍କୁ ଟିକଟକ୍ ବ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ଏକ ମିସଟେକ୍ ବୋଲି ମାନିଛି ଇ-କମର୍ସ କମ୍ପାନୀ ଆମାଜନ ।

ଆମାଜନ, ଯେଉଁଠି ପ୍ରାୟ ବିଶ୍ବର 8 ଲକ୍ଷ 40 ହଜାର କର୍ମଚାରୀ କାମ କରୁଛନ୍ତି, ଏକ ବିଜ୍ଞପ୍ତିରେ ଏହି ସୂଚନା ଦେଇଛି । ଏହା ଅନୁସାରେ କର୍ମଚାରୀଙ୍କୁ ପଠାଯାଇଥିବା ମେଲ୍ ଏକ ଭୁଲ ଥିଲା । ବର୍ତ୍ତମାନ ଟିକଟକକୁ ନେଇ କୌଣସି ନୂଆ ନୀତି ପ୍ରଣୟନ କରାଯାଇନାହିଁ । ପୂର୍ବରୁ ଯେପରି ପଲିସି ଥିଲା ତାହା ସମାନ ରହିଛି ବୋଲି ସୂଚନା ଦିଆଯାଇଛି ।

ପ୍ରକାଶ ଥାଉ କି ନିଜର କିଛି କର୍ମଚାରୀଙ୍କୁ ଟିକଟକ୍ ଡିଲିଟ୍ କରିବା ପାଇଁ ଆମାଜନ ପକ୍ଷରୁ ଏକ ମେଲ୍ ପଠାଯାଇଥିଲା । ପ୍ରାୟ 5 ଘଣ୍ଟା ଧରି ଏହି ମେଲ୍ ରହିବା ପରେ ଏହାକୁ ଏକ ଭୁଲ ବୋଲି କମ୍ପାନୀ ମାନିଥିଲା । ଫୋନରୁ ଜିମେଲ୍ ଚଲାଇବା ପାଇଁ ଟିକଟକ୍ ବ୍ୟାନ କରିବା ନିଶ୍ଚିୟ ଆବଶ୍ୟକ ବୋଲି ଏଥିରେ ଉଲ୍ଲେଖ ଥିଲା । ତେବେ ଟିକଟକ୍ ପକ୍ଷରୁ ଏହା ଉପରେ ପ୍ରତିକ୍ରିୟା ରଖି କୁହାଯାଇଥିଲା ଯେ ଏପରି କରିବା ପୂର୍ବରୁ ଆମାଜନ କମ୍ପାନୀ ସହ ପରାମର୍ଶ କରିନଥିଲା ।

ଟିକଟକ୍ ସବୁବେଳେ ୟୁଜର୍ସଙ୍କ ଡାଟାକୁ ପ୍ରାଧାନ୍ୟ ଦେଇଥାଏ । ଏଥିରେ ଯେପରି କୌଣସି ତ୍ରୁଟି ନରହେ ତାହା କମ୍ପାନୀର ପ୍ରାଥମିକ ଲକ୍ଷ୍ୟ । ଏହା ଉପରେ କାହାରି ସନ୍ଦେହ ଥିଲେ ଏଥିପାଇଁ ଆଲୋଚନା କରିବାକୁ କମ୍ପାନୀ ପ୍ରସ୍ତୁତ ବୋଲି ଟିକଟକ୍ ମୁଖପାତ୍ର କହିଛନ୍ତି । ନିକଟରେ ଭାରତ ପକ୍ଷରୁ ଟିକଟକ୍ ସମେତ 59ଟି ଆପ୍ ବ୍ୟାନ କରାଯାଇଥିଲା । ଏହାପରେ ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଇକ ପୋମ୍ପେଓ ମଧ୍ୟ ଏହାକୁ ବ୍ୟାନ୍ କରିବା ଉପରେ ଟ୍ରମ୍ପ ସରକାର ଚିନ୍ତା କରୁଥିବା ପ୍ରକାଶ କରିଥିଲେ ।

For All Latest Updates

ABOUT THE AUTHOR

...view details