ଓଡିଶା

odisha

ETV Bharat / international

ଆମେରିକା ଜାରି କଲା ଭ୍ୟାକ୍ସିନ ବ୍ରେକଅପ୍‌, ଜାଣନ୍ତୁ କେଉଁ ଦେଶକୁ ମିଳିବ କେତେ ଡୋଜ୍ ? - america break-up

ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବିଶ୍ବକୁ 2 କୋଟିରୁ ଊର୍ଦ୍ଧ୍ବ କୋରୋନା ଟିକା ଦେବା ନେଇ ଘୋଷଣା କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ଏହି ଘୋଷଣାର ଫଳ ସ୍ବରୂପ ଆମେରିକା ରାଷ୍ଟ୍ରପତି ଗୁରୁବାର ଟିକା ଯୋଗାଣର ବିବରଣୀ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ...

ଆମେରିକା ଜାରି କଲା ଭ୍ୟାକ୍ସିନ ବ୍ରେକଅପ୍‌, ଜାଣନ୍ତୁ କେଉଁ ଦେଶକୁ ମିଳିବ କେତେ ଡୋଜ?
ଆମେରିକା ଜାରି କଲା ଭ୍ୟାକ୍ସିନ ବ୍ରେକଅପ୍‌, ଜାଣନ୍ତୁ କେଉଁ ଦେଶକୁ ମିଳିବ କେତେ ଡୋଜ?

By

Published : Jun 3, 2021, 10:34 PM IST

ନୂଆଦିଲ୍ଲୀ:ଗତ ମାସରେ ଆମେରିକା ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବିଶ୍ବକୁ 2 କୋଟିରୁ ଊର୍ଦ୍ଧ୍ବ କୋରୋନା ଟିକା ଦେବା ନେଇ ଘୋଷଣା କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ଏହି ଘୋଷଣାର ଫଳସ୍ବରୂପ ଆମେରିକା ରାଷ୍ଟ୍ରପତି ଗୁରୁବାର ଟିକା ଯୋଗାଣର ବିବରଣୀ ପ୍ରକାଶ କରିଛନ୍ତି।

ସବିଶେଷ ତଥ୍ୟ ଅନୁଯାୟୀ, ଜୋ ବାଇଡେନ ସବିଶେଷ ତଥ୍ୟ ଦେଇ କହିଛନ୍ତି ଯେ ଆମେରିକା ବିଶ୍ବ ସମୁଦାୟ ସହିତ 8 କୋଟି ଟିକା ଡୋଜ ବାଣ୍ଟିବ। ଏଥିରେ କୋଭାକ୍ସ ସଂଗଠନକୁ 1 କୋଟି 90 ଟିକା ଦିଆଯିବ । ସେଥିମଧ୍ୟରୁ 60 ଲକ୍ଷ ଡୋଜ ଲାଟିନ ଆମେରିକା ଏବଂ କାରବିଆନ ଦେଶ ପାଇଁ ଉପଲବ୍ଧ ହେବ। ଏହା ବ୍ୟତୀତ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡିକ ପାଇଁ 70 ଲକ୍ଷ ଟିକା ଏବଂ ଆଫ୍ରିକୀୟ ଦେଶମାନଙ୍କୁ 50 ଲକ୍ଷ ଡୋଜ ଦିଆଯିବ ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ କାନାଡା, ମେକ୍ସିକୋ, ଭାରତ ଏବଂ ଦକ୍ଷିଣ କୋରିଆ ସମେତ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ଦେଶଗୁଡିକୁ 60 ଲକ୍ଷରୁ ଅଧିକ ଡୋଜ ଦିଆଯିବ ଏବଂ ମହାମାରୀ ସଙ୍କଟ ସହ ମୁକାବିଲା କରୁଥିବା ସହଯୋଗୀ ତଥା ପଡୋଶୀ ଦେଶମାନଙ୍କୁ ଏହା ଦିଆଯିବ।

ABOUT THE AUTHOR

...view details