ୱାଶିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଆଜି ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ । ରାଷ୍ଟ୍ରପତି ନିର୍ବାଚନ ଲାଗି 50 ରାଜ୍ୟରେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଦେଶର 46 ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ ପାର୍ଟି ପକ୍ଷରୁ ଦ୍ବିତୀୟ ଥର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ଟ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଙ୍କ ମଧ୍ୟରେ ହେବ କଡା ଟକ୍କର । ତେବେ ପ୍ରତି 4 ବର୍ଷ ରେ ଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ । କୋରୋନା କାଳରେ ନିର୍ବାଚନ ହେଉଥିବାରୁ ଏହା ବହୁ ଗୁରୁତ୍ବପୂର୍ଣ୍ଣ ରଖୁଛି । ସଂକ୍ରମଣ ଯୋଗୁଁ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଥିବାରୁ ଟ୍ରମ୍ପଙ୍କୁ ବହୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି ।
ରିପବ୍ଲିକାନ ଦଳର ଉପରାଷ୍ଟ୍ରପତି ହେଉଛନ୍ତି ମାଇକ ପେନ୍ସ । ସେ ମଧ୍ୟ ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରତି ଅଛନ୍ତି । ଅନ୍ୟପଟେ ଡେମୋକ୍ରାଟିକ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଉପରାଷ୍ଟ୍ରପତି କମଲା ହାରିସ କାଲିଫର୍ଣ୍ଣିଆର ପୂର୍ବତନ ଆର୍ଟିଣ୍ଣ ଜେନେରାଲ ।