ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କ ଗର୍ଜନ: ଦରକାର ନାହିଁ ଇରାନର ତେଲ, ପରମାଣୁ ଶକ୍ତି ସମ୍ପନ୍ନ ହେବାକୁ ଦିଆଯିବନି ଅନୁମତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ବୋଧନ । ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣର ଅନୁମତି ନଦେବାକୁ ଚେତାବନୀ । ଆକ୍ରମଣରେ ଆମେରିକାର 80 ସୈନିକଙ୍କ ମୃତ୍ୟୁ ହୋଇଥିବା ଖବରକୁ ଖାରଜ କରିଛନ୍ତି ଟ୍ରମ୍ପ । ଅଧିକ ପଢନ୍ତୁ..

By

Published : Jan 8, 2020, 11:28 PM IST

america president donald trump
ଫାଇଲ ଫଟୋ

ଓ୍ବାସିଂଟନ: ଆମେରିକା ସୈନ୍ୟ କ୍ୟାମ୍ପରେ ଇରାନର ଆକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିଛନ୍ତି । ଇରାନର ଆକ୍ରମଣରେ କୌଣସି ବଡଧରଣର କ୍ଷତି ହୋଇନଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଆକ୍ରମଣରେ ଆମେରିକାର 80 ସୈନିକଙ୍କ ମୃତ୍ୟୁ ହୋଇଥିବା ଖବରକୁ ଖାରଜ କରିଛନ୍ତି ଟ୍ରମ୍ପ ।

ଇରାନ ଆକ୍ରମଣରେ ଆମେରିକା ସୈନ୍ୟ କ୍ୟାମ୍ପରେ କିଛିଟା କ୍ଷତି ହୋଇଥିବା ଟ୍ରମ୍ପ କହିଥିବା ବେଳେ କୌଣସି ଆମେରିକୀୟ ନାଗରିକଙ୍କୁ କ୍ଷତି ପହଞ୍ଚିନଥିବା ସେ ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଗତ ସପ୍ତାହରେ ଜଣେ ଆତଙ୍କବାଦୀକୁ ମାରିଥିଲୁ । ସୁଲେମାନୀ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିଲା ।

ଟ୍ରମ୍ପ ନିଜ ସମ୍ବୋଧନରେ ଇରାନକୁ ଚେତାବନୀ ଦେଇଛନ୍ତି । ଇରାନ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଜାରି ରହିବ ବୋଲି ସେ ବୟାନ ଦେଇଛନ୍ତି । ଏହାସହ ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ହେବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ତେଲକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଆମକୁ ମିଡିଲ ଇଷ୍ଟର ତେଲର ଆବଶ୍ୟକତା ନାହିଁ ବୋଲି ଟ୍ରମ୍ପ କହିଥିବା ବେଳେ ଆମେରିକା ତେଲ ଉତ୍ପାଦରେ ବିଶ୍ବରେ ସର୍ବଶ୍ରେଷ୍ଠ ବୋଲି ସେ ଜୋର ଦେଇ କହିଛନ୍ତି ।

For All Latest Updates

ABOUT THE AUTHOR

...view details