ଓଡିଶା

odisha

By

Published : Apr 23, 2020, 11:17 PM IST

ETV Bharat / international

‘କୋରୋନା ଆକ୍ରମଣର ଶିକାର ହୋଇଛି ଆମେରିକା’

ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗତ ତିନି ବର୍ଷ ହେବ ନିଜ ସ୍ଥାନ ବଜାୟ ରଖିଛି ଯୁକ୍ତରାଷ୍ଟ୍ର ଆମେରିକା । ହେଲେ 1917ର ଫ୍ଲୁ ପରେ ଏବେ କୋରୋନା ରାଷ୍ଟ୍ର ପାଇଁ ଦ୍ବିତୀୟ ସର୍ବବୃହତ କ୍ଷତି ଭାବେ ପରିଣତ ହୋଇଛି ।

america hit with corona attack, corona effect in america, corona update, coronavirus news, donald trump, କୋରୋନା ଆକ୍ରମଣର ଶିକାର ଆମେରିକା, ଆମେରିକାରେ କୋରୋନା ପ୍ରଭାବ, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଡୋନାଲ୍ଡ ଟ୍ରମ୍ପ
‘କୋରୋନା ଆକ୍ରମଣର ଶିକାର ହୋଇଛି ଆମେରିକା’

ୱାଶିଂଟନ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗତ ତିନି ବର୍ଷ ହେବ ନିଜ ସ୍ଥାନ ବଜାୟ ରଖିଛି ଯୁକ୍ତରାଷ୍ଟ୍ର ଆମେରିକା । ହେଲେ 1917ର ଫ୍ଲୁ ପରେ ଏବେ କୋରୋନା ରାଷ୍ଟ୍ର ପାଇଁ ଦ୍ବିତୀୟ ସର୍ବବୃହତ କ୍ଷତି ଭାବେ ପରିଣତ ହୋଇଛି । କିଛି ଦିନ ତଳେ ଆମେରିକା ନିଜର ସବୁଠାରୁ ଭଲ ବର୍ଷ ଦେଖିବା ଆରମ୍ଭ କରିଥିବା ବେଳେ ହଠାତ୍‌ କୋରୋନା ମାଡ ଦେଶର ଅର୍ଥନୈତିକ ଅଣ୍ଟାକୁ ଦୁର୍ବଳ କରିଦେଇଛି । ଗୁରୁବାର ହ୍ବାଇଟହାଉସରେ ବିବରଣୀ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବୟାନ ଦେଇଛନ୍ତି ।

ସେ କହିଛନ୍ତି କି ଏଥିରେ ଟିକେ ବି ସନ୍ଦେହ ନାହିଁ କି ଚୀନ ଓ ଜାପାନ ଅପେକ୍ଷା ଆମେରିକା ଗତ 3 ବର୍ଷ ମଧ୍ୟରେ ଅନେକ ଉନ୍ନତି ଦେଖିଛି । ଅନେକ ବଡ ବଡ କମ୍ପାନୀ ବଜାରରେ ନିଜକୁ ପ୍ରତିଷ୍ଠା କରିବା ସହ ଆଧିପତ୍ୟ ପ୍ରସ୍ତୁତ କରିଥିଲେ । ହେଲେ କିଛି ବହିରାଗତ ବ୍ୟକ୍ତିଙ୍କ ପାଇଁ ଆଜି ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆଣ୍ଠେଇ ପଡିଛି । ହେଲେ ଚିନ୍ତା ନାହିଁ । ରାଷ୍ଟ୍ର ପୁଣି ନିଜ ସ୍ଥିତିକୁ ଫେରିବ ।

ହେଲେ ଏଥିପାଇଁ କିଛି ଦିନ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ । ଏଥିସହ କିଛି ଆର୍ଥିକ ସହାୟତାର ଆବଶ୍ୟକତା ମଧ୍ୟ ରହିଛି । ତେବେ କୋରୋନାକୁ ଦୃଷ୍ଟିରେ ରଖି ରାଷ୍ଟ୍ରର ସବୁଠାରୁ ଅଗ୍ରଣୀ କେତୋଟି କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିଛି । ଯାହାକୁ ପୁଣି ନିଜ ସ୍ଥାନକୁ ଫେରିବା ପାଇଁ କିଛି ସମୟ ଆବଶ୍ୟକ । ହେଲେ ଆମେ ହାର ମାନିନୁ । ରାଷ୍ଟ୍ରରେ ବର୍ତ୍ତମାନ ନୂଆ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏଥିସହ ଏବେ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 47 ହଜାରରେ ପହଞ୍ଚିଛି ଓ ଆକ୍ରାନ୍ତଙ୍କ ସଂଖ୍ୟା 8,52,000ରୁ ଊର୍ଦ୍ଧ୍ବରେ ରହିଛି ।

ABOUT THE AUTHOR

...view details