ଓଡିଶା

odisha

ETV Bharat / international

ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାର ଜାମିନକୁ ଆମେରିକାର ବିରୋଧ - tahawwur rana

ମୁମ୍ବାଇ ଆତଙ୍କବାଦ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାକିସ୍ତାନୀ ବଂଶୋଦ୍ଭବ କାନାଡା ବ୍ୟବସାୟୀ ତହବୁର ରାଣାର ଜାମିନକୁ ବିରୋଧ କରିଛି ଆମେରିକା ।

ମୁମ୍ବାଇ ଆକ୍ରମଣ
ମୁମ୍ବାଇ ଆକ୍ରମଣ

By

Published : Jun 21, 2020, 5:28 PM IST

ୱାଶିଂଟନ : ମୁମ୍ବାଇ ଆତଙ୍କବାଦ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାକିସ୍ତାନୀ ବଂଶୋଦ୍ଭବ କାନାଡା ବ୍ୟବସାୟୀ ତହବୁର ରାଣାର ଜାମିନକୁ ବିରୋଧ କରିଛି ଆମେରିକା । ଏହାଦ୍ବାରା ଭାରତ ସହ ଅନ୍ୟ ଦେଶ ସମ୍ପର୍କ ବିଗିଡିବାର ଆଶଙ୍କା ରହିଛି ବୋଲି ଆମେରିକା କହିଛି । ଏହା ସହିତ ଭାରତରେ ରାଣାକୁ ମିଳିବାକୁ ଥିବା ଦଣ୍ଡରୁ ବଞ୍ଚିବା ପାଇଁ ସେ କାନାଡା କିମ୍ବା ଅନ୍ୟ ଦେଶକୁ ଲୁଚି ପଳାଇପାରେ ବୋଲି କୁହାଯାଇଛି ।

ଆମେରିକାର ସହାୟକ ଆଟର୍ଣ୍ଣି ଜେନେରାଲ ଜେ ଲୁଲେଜିୟାନ ଜଲ ଆଞ୍ଜଲେସ୍‌ର ସଂଘୀୟ ଅଦାଲତରେ ଯୁକ୍ତିବାଢି କହିଛନ୍ତି, ରାଣାକୁ ଜାମିଲ ମିଳିଲେ ସେ ଅଦାଲତରେ ହାଜର ହେବ କି ନାହିଁ ସେନେଇ ଗ୍ୟାରେଣ୍ଟି ଦିଆଯାଇ ପାରିବନାହିଁ । ତାର ଜାମିନ ମଞ୍ଜୁର ହେଲେ ବୈଦେଶିକ ମାମଲା ସମ୍ବନ୍ଧରେ ଆମେରିକାକୁ ଲଜ୍ଜିତ ହେବାକୁ ପଡିପାରେ । ଏହା ବ୍ୟତୀତ ଭାରତ ସହ ଆମେରିକାର ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି ।

ତେବେ ଲୁଲେଜିୟାନ ଆମେରିକା ସରକାରଙ୍କ ପକ୍ଷରୁ ଅପିଲ କରିଛନ୍ତି ଯେ, ରାଣାକୁ ଭାରତ ପ୍ରତ୍ୟପର୍ଣ ସମ୍ବନ୍ଧୀୟ ପ୍ରସ୍ତାବ ଉପରେ ବିଚାର ନହେବା ପର୍ଯ୍ୟନ୍ତ ତାକୁ ଜାମିନ ଦିଆନଯାଉ । ଯଦି ତାକୁ ଜାମିନ ଦେବା ଉପରେ ବିଚାର କରାଯାଉଛି ତାହେଲେ ସମ୍ବନ୍ଧୀୟ ପକ୍ଷକୁ ଉଚିତ ସମୟରେ ଏନେଇ ସୂଚନା ଦିଆଯାଉ ବୋଲି କୋର୍ଟଙ୍କୁ ଅନୁରୋଧ କରିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ମୁମ୍ବାଇରେ 2008ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଲିପ୍ତ ଥିବା ରାଣାକୁ ପ୍ରତ୍ୟର୍ପଣ ଲାଗି ଭାରତର ଅନୁରୋଧ ପରେ ଆମେରିକା ତାକୁ ପୁଣି ଥରେ ଗିରଫ କରିଛି । ୫୯ ବର୍ଷ ବୟସ୍କ ତହବୁର ରାଣା ଗିରଫ ହୋଇ ଆମେରିକୀୟ ଜେଲରେ ବନ୍ଦୀ ଥିଲା। ତେବେ କରୋନା ଭାଇରସ ସଂକ୍ରମିତ ହେବା ଯୋଗୁ ତାକୁ ନିକଟରେ ଜେଲରୁ ମୁକ୍ତ କରିଦିଆଯାଇଥିଲା। ଭାରତର ଅନୁରୋଧ ପରେ ଜୁନ 10 ତାରିଖରେ ଆମେରିକା ତାକୁ ପୁଣିଥରେ ଗିରଫ କରିଛି । ଭାରତରେ ରାଣାକୁ ପଳାତକ ଘୋଷଣା କରାଯାଇଛି । ମୁମ୍ବାଇରେ ହୋଇଥିବା ଏହି ଆକ୍ରମଣରେ 166 ଜଣ ପ୍ରାଣ ହରାଇଥିଲେ ।

ତେବେ କାଲିଫର୍ଣ୍ଣିଆର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟର ଆମେରିକା ଡିଷ୍ଟ୍ରିକ୍ଟ କୋର୍ଟର ନ୍ୟାୟାଧୀଶ ଜୈକ୍ଲିନ ଚୁଲଜିଆନ ଏହି ମାମଲାର ଶୁଣାଣି ପାଇଁ ଜୁନ 30 ତାରିଖ ନିର୍ଦ୍ଧାରିତ କରିଛନ୍ତି । ରାଣା ବିରୋଧରେ ଭାରତରେ 2018 ମସିହା ଅଗଷ୍ଟ 28 ତାରିଖରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିଲା ।

ABOUT THE AUTHOR

...view details