ଓଡିଶା

odisha

ETV Bharat / international

ଆମାଜନ ପ୍ରାଇମ ଭିଡିଓରେ ଆଡ ହେବ ଲାଇଭ ଟିଭି

ପ୍ରାଇମ ଭିଡିଓରେ ୟୁଜର୍ସଙ୍କୁ ନୂଆ ଓ ଭିନ୍ନ ଅନୁଭବ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଆମାଜନ । ଏନେଇ ପ୍ରାଇମ ଭିଡିଓରେ 24 ଘଣ୍ଟିଆ ଲାଇଭ ପ୍ରୋଗ୍ରାମିଂ ଆଡ କରିବା ପାଇଁ ଯୋଜନା ରହିଥିବା ଆମାଜନ ସ୍ପଷ୍ଟ କରିଛି ।

amazon latest news, amazon prime video, new feature to amazon prime video, live tv on amazon prime video, latest technology news, ଆମାଜନ ଲାଟେଷ୍ଟ ନ୍ୟୁଜ୍‌, ଆମାଜନ ପ୍ରାଇମ ଭିଡିଓ, ଆମାଜନ ପ୍ରାଇମ ଭିଡିଓରେ ଲାଇଭ ଟିଭି, ଆମାଜନ ପ୍ରାଇମ ଭିଡିଓରେ ନୂଆ ଫିଚର, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଆମାଜନ ପ୍ରାଇମ ଭିଡିଓରେ ଆଡ ହେବ ଲାଇଭ ଟିଭି

By

Published : Jun 25, 2020, 10:00 PM IST

ସାନ ଫ୍ରାନ୍ସିସ୍କୋ: ପ୍ରାଇମ ଭିଡିଓରେ ୟୁଜର୍ସଙ୍କୁ ନୂଆ ଓ ଭିନ୍ନ ଅନୁଭବ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଆମାଜନ । ଏନେଇ ପ୍ରାଇମ ଭିଡିଓରେ 24 ଘଣ୍ଟିଆ ଲାଇଭ ପ୍ରୋଗ୍ରାମିଂ ଆଡ କରିବା ପାଇଁ ଯୋଜନା ରହିଥିବା ଆମାଜନ ସ୍ପଷ୍ଟ କରିଛି । ଇ-କମର୍ସ ଜାଏଣ୍ଟର ଏହି ପଦକ୍ଷେପ ନେଇ କେତେକ ସାର୍ବଜନୀନ ଭାବେ ଉପଲବ୍ଧ ଚାକିରି ତାଲିକା ମଧ୍ୟ ଇଙ୍ଗିତ କରିଛନ୍ତି ।

ତେବେ ଏହି ଯୋଜନାରେ ପ୍ରାଇମ ଭିଡିଓ ପ୍ଲାଟଫର୍ମରେ ନୂଆ ଚ୍ୟାନେଲମାନେ ଲାଇଭ ନ୍ୟୁଜ୍‌, ମ୍ୟୁଜିକ୍‌, ସ୍ପୋର୍ଟ୍ସ, ଆୱାର୍ଡ ଶୋ’ ସମେତ ସିନେମା ଓ ଟିଭି ଶୋ’ ବ୍ୟତୀତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ବ୍ରଡକାଷ୍ଟ କରିବେ । ଏନେଇ ଗୁରୁବାର ଅନ୍ତରୀଣ ସୂତ୍ରରୁ ଏକ ଉଦ୍ୟୋଗ ପ୍ରକାଶ କରିଛି କି ଆମାଜନ ଏଦିଗରେ ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

ଏହି କାର୍ଯ୍ୟକ୍ରମରେ ଲିନିଅର ଟିଭିର ସୁବିଧା ମଧ୍ୟ ରହିବ । ଏହାଦ୍ବାରା ୟୁଜର୍ସମାନେ ନିଜ ପସନ୍ଦ ଟିଭି ଚ୍ୟାନେଲକୁ ପ୍ରତ୍ୟେକ ସମୟରେ ଦେଖିପାରିବେ । ସେ ଖେଳ ହେଉ କି ନ୍ୟୁଜ୍‌, ମ୍ୟୁଜିକ, ଆୱାର୍ଡ ଶୋ’ ଓ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ସବୁକିଛି ଏବେ ୟୁଜର୍ସମାନେ ପ୍ରାଇମ ଭିଡିଓରେ ସହଜରେ ଦେଖିପାରିବେ । ଏନେଇ ଆମାଜନ ପ୍ରାଇମ ଭିଡିଓ ଲିନିଅର ଟିଭିରେ କିଛି ମୁଖ୍ୟ ଉତ୍ପାଦ ପରିଚାଳକର ଆବଶ୍ୟକତା ଥିବା ଏକ ଚାକିରୀ ତାଲିକାରେ ପ୍ରକାଶ ପାଇଥିଲା ।

ଏହି ତାଲିକାରେ ଲେଖା ରହିଥିଲା ସାଧାରଣ ଟିଭିର ଅନୁଭବ ୟୁଜର୍ସଙ୍କୁ ପ୍ରାଇମ ଭିଡିଓରେ ଯୋଗାଇବା ପାଇଁ ଜଣେ ଉତ୍ପାଦ ପରିଚାଳକଙ୍କ ଆବଶ୍ୟକତା ରହିଛି । ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅଫିସିଆଲ ସୂଚନା ନାହିଁ । ହେଲେ ଏହି ଫିଚର ପ୍ରାଇମ ଭିଡିଓରେ ଆଡ ହେବା ଦ୍ବାରା ଆମାଜନ ଅନ୍ୟ ଅନ-ଡିମାଣ୍ଡ ଭିଡିଓ ଅଫରିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ ଓ ଡିଜନି+ ଠାରୁ ଭିନ୍ନ ବୋଲି ପ୍ରମାଣିତ ହେବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details