ଓଡିଶା

odisha

ETV Bharat / international

ଟିକଟକ ହଟାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ପରେ ୟୁ-ଟର୍ଣ୍ଣ ମାରିଲା ଆମାଜନ - amazon bans then un bans tiktok app

କର୍ମଚାରୀଙ୍କୁ ଟିକଟକ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା ଆମାଜନ। ବିବାଦ ଦେଖାଦେବା ପରେ ପରେ ୟୁ-ଟର୍ଣ୍ଣ ମାରିଲା କମ୍ପାନୀ । ଅଧିକ ପଢନ୍ତୁ...

ଟିକଟକ ହଟାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ପରେ ୟୁ-ଟର୍ଣ୍ଣ ମାରିଲା ଆମାଜନ
ଟିକଟକ ହଟାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ପରେ ୟୁ-ଟର୍ଣ୍ଣ ମାରିଲା ଆମାଜନ

By

Published : Jul 11, 2020, 10:07 AM IST

ୱାଶିଂଟନ: ଚାଇନା ଆପ ଟିକଟକକୁ ଭାରତରେ ବ୍ୟାନ କରିବା ପରେ ଆମେରିକା ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି । ଦୁନିଆର ସବୁଠାର ବଡ ଇ-କମର୍ସ ଆମାଜନ ମେଲ କରି ନିଜ କର୍ମଚାରୀଙ୍କୁ ଟିକଟକ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଯେଉଁ ଫୋନରେ ଆମାଜନର ମେଲ ଆସିଥାଏ, ସେଥିରୁ ତୁରନ୍ତ ଟିକଟକ ହଟାଇବାକୁ କହିଛି। ହେଲେ ଏଥିରେ ବିବାଦ ଦେଖାଦେବାରୁ ୟୁ-ଟର୍ଣ୍ଣ ମାରିଛି ଆମାଜନ ।

ପ୍ରଥମେ କମ୍ପାନୀ ପକ୍ଷରୁ କୁହାଯାଇଛି ଚାଇନିଜ୍ ଆପ ସୁରକ୍ଷା ପ୍ରତି ବିପଦ ରହିଛି । ତେଣୁ ଆମାଜନରୁ ଇମେଲ ଆସୁଥିବା ଫୋନରେ ଟିକଟକ ବ୍ୟବହାର କରାଯିବା ଉଚିତ ନୁହେଁ। କିନ୍ତୁ ଏହାକୁ ନେଇ ବିବାଦ ଦେଖା ଦେବାରୁ ଭୁଲରେ ମେଲ କରିଥିବା କହିଛି ଆମାଜନ ।

ଆମାଜନ ପ୍ରଥମେ ନିଜର ସମସ୍ତ କର୍ମଚାରୀଙ୍କୁ ଇମେଲ ପଠାଇ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତେ ଟିକଟକ ହଟାଇବାକୁ ନିର୍ଦ୍ଦେଶ ଜାରି କରିଥିଲା । ଏହି ଆପ ଦ୍ବାରା ସୁରକ୍ଷା ବିପଦ ରହିଛି ବୋଲି କହିଥିଲା । ତେବେ କର୍ମଚାରୀ ଅନ୍ୟ ଫୋନରେ ତଥା ଆମାଜନ ଲାପଟପ ବ୍ରାଉଜରେ ଟିକଟକ ବ୍ୟବହାର କରିପାରିବେ ।

କିଛି ଆମାଜନ କର୍ମଚାରୀ ସୋସିଆଲ ମିଡିଆ ଟିକଟକ ହଟାଇବା ନେଇ ଆମାଜନ ପକ୍ଷରୁ ଏଭଳି ସୂଚନା ଆସିଥିବା ନେଇ ଜଣାଇଥିଲେ । ଟିକଟକ ମଧ୍ୟ ଏହାର ତୁରନ୍ତ ଜବାବ ଦେଇଥିଲେ। ଆମାଜନ ପକ୍ଷରୁ ସେମାନଙ୍କ ପାଖରେ ଏ ସୂଚନା ମିଳିନଥିବା ଟିକଟକ କହିଛି । ପରେ ଆମାଜନକୁ ସ୍ପଷ୍ଟ କରିବାକୁ ପଡିଲା ଯେ ଭୁଲରେ ଇ-ମେଲ କରାଯାଇଥିଲା ।

ସାରା ବିଶ୍ବରେ 840,000ରୁ ଅଧିକ କର୍ମଚାରୀ ସମେତ ଆମାଜନ ୱାଲମାର୍ଟ ପରେ ଆମେରିକାର ଦ୍ୱିତୀୟ ବୃହତ୍ତମ ଘରୋଇ ନିଯୁକ୍ତିଦାତା ଅଟେ । ଯଦି ଆମାଜନ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ, ତେବେ ଟିକଟକକୁ ଭାରି ମାତ୍ରାରେ କ୍ଷତି ସହିବାକୁ ପଡିବ ।

ABOUT THE AUTHOR

...view details