ୱାସିଂଟନ୍: ଆମେରିକାରେ ଥମୁନି ଶ୍ବେତାଙ୍ଗ ପୋଲିସଙ୍କ ଅତ୍ୟାଚାର । କୃଷ୍ଣାଙ୍ଗ ଜର୍ଜ ଫ୍ଲୋଏଡଙ୍କୁ ଆଣ୍ଠୁମାଡି ହତ୍ୟା କରାଯାଇଥିବା ଘଟଣା ମନରୁ ନଲିଭୁଣୁ ପୁଣି ଦେଶରେ ଆଉ ଏକ ଘଟଣା ଘଟିଛି। ତେବେ ବାରମ୍ବାର ଏହି ଗୋରା ପୋଲିସଙ୍କ ଅତ୍ୟାଚାରକୁ ସବୁ ଆଡୁ ପ୍ରବଳ ବିରୋଧ କରାଯାଉଥିଲେ ଚେତୁନାହାଁନ୍ତି ଆମେରିକା ସରକାର।
ତେବେ ଶନିବାର ଆୟୋଜିତ ଟ୍ରମ୍ପଙ୍କ ନିର୍ବାଚନ ରାଲିରୁ ଜଣେ ମହିଳାଙ୍କୁ ପୋଲିସ ହାତକଡି ପକାଇ ଗିରଫ କରିବା ସହ ସେ ସ୍ଥାନରୁ ଉଠାଇ ନେଇଥିଲା। ଯାହା ପରିସ୍ଥିତିକୁ ଆହୁରୀ ଅଶାନ୍ତ କରିଦେଇଥିଲା। ତେବେ ମହିଳା ଜଣକ ପିନ୍ଧିଥିବା ଟି-ସାର୍ଟରେ ଲେଖାଥିଲା, ''ମୁଁ ନିଶ୍ବାସ ନେଇ ପାରୁନାହିଁ''। ଯାହା ଜର୍ଜ ଫ୍ଲୋଏଡଙ୍କ ଶେଷ ନିଶ୍ବାସ ତ୍ୟାଗ ସମୟର ଶେଷ ଦୁଇଟି ବାକ୍ୟ ସହ ସଂଯୋଗ କରୁଥିଲା।