ଓଡିଶା

odisha

ETV Bharat / international

ଆଫ୍ରିକୀୟ ଆମେରିକୀୟ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ଅଧିକ - #corona

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ, ଆଫ୍ରିକୀୟ ଆମେରିକୀୟମାନଙ୍କ କ୍ଷେତ୍ରରେ କୋଭିଡ-19 ସଂକ୍ରମଣର ହାର ଅଧିକ ରହିଛି । ଏହାକୁ ଆଖି ଆଗରେ ରଖି ଉଚିତ ପଦକ୍ଷେପ ନିଆଯାଉଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ..

ଆଫ୍ରିକୀୟ ଆମେରିକୀୟଙ୍କ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ଅଧିକ
ଆଫ୍ରିକୀୟ ଆମେରିକୀୟଙ୍କ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ଅଧିକ

By

Published : Apr 8, 2020, 2:56 PM IST

ୱାଶିଂଟନ: ଆମେରିକାରେ କୋରୋନାର ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳୁଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ, ଆଫ୍ରିକୀୟ ଆମେରିକୀୟମାନଙ୍କ କ୍ଷେତ୍ରରେ କୋଭିଡ-19 ସଂକ୍ରମଣର ହାର ଅଧିକ ରହିଛି ।

ଟ୍ରମ୍ପ କହିଛନ୍ତି ଯେ ଆଫ୍ରିକୀୟ ଆମେରିକୀୟ ସମ୍ପ୍ରଦାୟ ଉପରେ ବଢୁଥିବା ପ୍ରଭାବର ସମସ୍ୟା ଉପରେ ତାଙ୍କ ପ୍ରଶାସନ ସକ୍ରିୟ ଭାବେ ଜଡ଼ିତ ଅଛି । ଏବଂ ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ।

ହ୍ବାଇଟ ହାଉସର ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ଏହା ଅସଙ୍ଗତ ହୋଇଛି ଏବଂ ସଂକ୍ରମିତ ଆଫ୍ରିକୀୟ ଆମେରିକୀୟଙ୍କ ଭୟଙ୍କର ସଂଖ୍ୟାକୁ ନେଇ ସେ ବହୁତ ଚିନ୍ତିତ ।

କଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ଏବଂ ଆସ୍ଥମା ଭଳି ପୂର୍ବସ୍ଥିତିର ଉଚ୍ଚ ହାର ଏହି ଘଟଣାର ଗୋଟିଏ ଗୋଟିଏ କାରଣ । ଏବଂ ସାଧାରଣ ପରିବହନର ଅଧିକ ବ୍ୟବହାର ଯୋଗୁଁ ଏପରି ହୋଇଥିବା କହିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗର ନିର୍ଦ୍ଦେଶକ ଡକ୍ଟର ଆନ୍ଥୋନୀ ଫସି ।

ଏହାସହ ଟ୍ରମ୍ପ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଜାତି ଅନୁଯାୟୀ କରୋନାଭାଇରସ୍ ମାମଲା ସମ୍ପର୍କୀୟ ତଥ୍ୟ ପ୍ରକାଶ କରାଯିବ ।

@IANS

ABOUT THE AUTHOR

...view details