ଓଡିଶା

odisha

By

Published : Aug 26, 2021, 8:06 AM IST

ETV Bharat / international

ଆଫଗାନିସ୍ତାନରେ ଏବେବି ଫସି ରହିଛନ୍ତି ୧୫୦୦ ଆମେରିକୀୟ

ଆଫଗାନିସ୍ତାନକୁ ଆତଙ୍କବାଦୀ ସଂଗଠନ ତାଲିବାନ ଦଖଲ କରିବା ପରେ ବହୁ ସଂଖ୍ୟାରେ ଲୋକ ଦେଶ ଛାଡି ବିଦେଶ ମୁହାଁ ହୋଇଛନ୍ତି । ଏବେବି ଆଫଗାନିସ୍ଥାନରେ ୧୫୦୦ ଆମେରିକୀୟ ରହିଛନ୍ତି । ଅଧିକ ପଢନ୍ତୁ...

‘ଆଫଗାନିସ୍ତାନରେ ଅଛନ୍ତି ୧୫୦୦ ଆମେରିକୀୟ’
‘ଆଫଗାନିସ୍ତାନରେ ଅଛନ୍ତି ୧୫୦୦ ଆମେରିକୀୟ’

ୱାଶିଂଟନ: ଆଫଗାନିସ୍ତାନକୁ ଆତଙ୍କବାଦୀ ସଂଗଠନ ତାଲିବାନ ଦଖଲ କରିବା ପରେ ବହୁ ସଂଖ୍ୟାରେ ଲୋକ ଦେଶ ଛାଡି ବିଦେଶ ମୁହାଁ ହୋଇଛନ୍ତି । ଏଭଳି ସ୍ଥିତିରେ ଆମେରିକା ମଧ୍ୟ ନିଜ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପ୍ରକ୍ରିୟା ଜାରି ରଖିଛି । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ, ୧୨ ଦିନଧରି ସେନାର ବିମାନ ଯୋଗେ ଆମେରିକୀୟଙ୍କୁ ସେଠାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ଏବେବି ଆଫଗାନିସ୍ଥାନରେ ୧୫୦୦ ଆମେରିକୀୟ ରହିଛନ୍ତି ବୋଲି ସେ କହିଛନ୍ତି ।

ବ୍ଲିଙ୍କେନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅଗଷ୍ଟ 14ରେ ତାଲିବାନ କାବୁଲକୁ ଅକ୍ତିଆର କରି ନେଇଥିଲା । ସେବେ ଠାରୁ ଆମେରିକୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା 4500 ଆମେରିକୀୟଙ୍କୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରେ ଥିବା ଆମେରିକୀୟଙ୍କ ସଂଖ୍ୟା ବିଷୟରେ ବ୍ଲିଙ୍କେନ୍‌ଙ୍କ ଆସନ୍ତା ମଙ୍ଗଳବାର ସୁଦ୍ଧା ଏକ ବିବୃତ୍ତି ଦେବେ । ବ୍ଲିଙ୍କେନ୍ କହିଛନ୍ତି ଯେ, ଆମେରିକାର ଅଧିକାରୀମାନେ ପ୍ରାୟ 500 ଆମେରିକୀୟଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏବଂ ସେମାନଙ୍କୁ ସୁରକ୍ଷିତ ଭାବରେ ଆଫଗାନିସ୍ତାନରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି।

ସେହିପରି, 1000 ଲୋକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚାଲିଛି । ଆମେରିକା ସୈନ୍ୟ ଫେରାଇ ଆଣିବା ପରେ ମଧ୍ୟ ଲୋକମାନେ ଆଫଗାନିସ୍ତାନ ଛାଡି ପାରିବେ । ଅଗଷ୍ଟ 31ରେ ଏହି ପ୍ରୟାସ ଶେଷ ହେବ ନାହିଁ। ଆଫଗାନିସ୍ତାନରୁ ବାହାର ଦେଶକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ସେ ପର୍ଯ୍ୟନ୍ତ ସାହାଯ୍ୟ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details