ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡି ଆସୁଛି ଏକ ବିପଦ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାର ଗୋଟିଏ ଦିନ ପୂର୍ବରୁ ପୃଥିବୀ ସହ ଧକ୍କା ହେବ ଏକ ଛୋଟିଆ ଆଷ୍ଟେରଏଡ । ନଭେମ୍ବର 3 ବେଳକୁ 0.41 ପ୍ରତିଶତ ସହ ଏହା ପୃଥିବୀ ସହ ମାଡ ହେବ ବୋଲି ନାସା ଆକଳନ କରିଛି ।
ନାସା ବୌଜ୍ଞାନିକ ପୂର୍ବାନୁମାନ କରିଛନ୍ତି ଯେ, 2020 ଆମେରିକାର ନିର୍ବାଚନର ଗୋଟିଏ ଦିନ ପୂର୍ବରୁ 0.002 କିଲୋମିଟର (ପ୍ରାୟ 6.5 ଫୁଟ) ବ୍ୟାସ ବିଶିଷ୍ଟ ଆଷ୍ଟେରଏଡ "2018VP1" ପୃଥିବୀ ନିକଟରେ ଯିବ। ଏହା ପ୍ରଥମେ 2018 ରେ କାଲିଫର୍ଣ୍ଣଆର ପାଲୋମାର ଅବଜରଭେଟୋରୀରେ ଚିହ୍ନଟ ହୋଇଥିଲା । ଏହି ଆଷ୍ଟେରଏଡର ତିନୋଟି ସମ୍ଭାବ୍ୟ ପ୍ରଭାବ ଅଛି ବୋଲି ନାସା କହିଛି ।