ଓଡିଶା

odisha

ETV Bharat / international

ସ୍ପେସଏକ୍ସର ମାନବ ପ୍ରେରଣ ଆମେରିକା ଓ ଜାପାନ ପାଇଁ ନୂଆ ଯୁଗର ଆରମ୍ଭ: ନାସା - ଫାଲକାନ ରକେଟ

ଏରୋନେଟିକ୍ କମ୍ପାନୀ ସ୍ପେସ୍ ଏକ୍ସ ଦ୍ବାରା 4 ଜଣ ମହାକାଶଚାରୀଙ୍କ କକ୍ଷପଥରେ ଉତକ୍ଷେପଣକୁ ଏକ ନୂଆଯୁଗର ଆରମ୍ଭ ବୋଲି କହିଛି ନାସା । ପଢନ୍ତୁ ଅଧିକ....

ସ୍ପେସଏକ୍ସର ଉତକ୍ଷେପଣ ଆମେରିକା ଓ ଜାପାନ ପାଇଁ ନୂଆ ଯୁଗର ଆରମ୍ଭ: ନାସା
ସ୍ପେସଏକ୍ସର ଉତକ୍ଷେପଣ ଆମେରିକା ଓ ଜାପାନ ପାଇଁ ନୂଆ ଯୁଗର ଆରମ୍ଭ: ନାସା

By

Published : Nov 16, 2020, 4:33 PM IST

ଓ୍ବାସିଂଟନ: ଏରୋନେଟିକ୍ କମ୍ପାନୀ ସ୍ପେସ୍ ଏକ୍ସ ଦ୍ବାରା 4 ଜଣ ମହାକାଶଚାରୀଙ୍କ କକ୍ଷପଥରେ ଉତକ୍ଷେପଣକୁ ଏକ ନୂଆଯୁଗର ଆରମ୍ଭ ବୋଲି କହିଛି ନାସା । ରବିବାର ଦିନ ଏହି ସ୍ପେସଏକ୍ସ କମ୍ପାନୀ 4 ଜଣ ମହାକାଶଚାରୀଙ୍କୁ ପୃଥିବୀର କକ୍ଷ ପଥରେ ଥିବା ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପ୍ରେରଣ କରିବା ପରେ ଏହା ଆମେରିକା ଓ ଜାପାନ ପାଇଁ ଏହା ଏକ ନୂଆ ଯୁଗ ଆରମ୍ଭ ହେଲା ବୋଲି କହିଛନ୍ତି ନାଶାର ପ୍ରଶାଶକ । ଏହି ମିଶନର ସବୁ ପ୍ରକ୍ରିୟାକୁ ତଦାରଖ କରୁଥିଲା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ।

ସ୍ପେସଏକ୍ସ ସୋମବାର ଉତକ୍ଷେପଣ କରିଥିବା ଫାଲକାନ ରକେଟରେ ଡ୍ରାଗନ କ୍ୟାପସୁଲ ସହ ଚାରିଜଣ କ୍ର୍ୟୁ ସଦସ୍ୟଙ୍କୁ ନେଇ ପୃଥିବୀର କକ୍ଷ ପଥକୁ ଯାତ୍ରା ଆରମ୍ଭ କରିଛି । ଯାହା 9 ମିନିଟର ଯାତ୍ରା ପରେ ଏହା ସୋମବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିବାକୁ ଯାଉଛି । ଏବଂ ଏହା ଆସନ୍ତା ବର୍ଷ ଆରମ୍ଭ ପର୍ଯ୍ୟନ୍ତ ସେଠାରେ ଅବସ୍ଥାପିତ ରହିବା ସହ ରହିବା ସହ କର୍ଯ୍ୟକରିବା ପାଇଂ ସକ୍ଷମ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ଜାପାନ ମହାକାଶ ଏଜେନ୍ସିର ମାନବ ସ୍ପେସ୍ ଫ୍ଲାଇଟ୍ ଟେକ୍ନୋଲୋଜି ନିର୍ଦ୍ଦେଶକ ଜେନେରାଲ୍ ହିରୋସି ସାସାକି କହିଛନ୍ତି ଯେ ଏହି ଉତକ୍ଷେପଣର ଅର୍ଥ ହେଉଛି ମାନବ ମହାକାଶ କାର୍ଯ୍ୟକଳାପ ବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ରୁ ଚନ୍ଦ୍ର ପର୍ଯ୍ୟନ୍ତ ଏହା ଆହୁରି କ୍ରୀୟାଶୀଳ ଭାବେ କାମ କରିବ । ଏହା ଏକ ବଡ ସଫଳତା ବୋଲି ମଧ୍ୟ ସେ କହିଛନ୍ତି ।

ସ୍ପେସ୍ ଏକ୍ସ ସଭାପତି ଗୁଏନେ ଶଟୱେଲଙ୍କ ଅନୁଯାୟୀ, ଆସନ୍ତା 15 ମାସ ମଧ୍ୟରେ, ସ୍ପେସ୍ କ୍ରୁ ନାସା ପାଇଁ ପ୍ରାୟ ସାତୋଟି ଡ୍ରାଗନ ଉତକ୍ଷେପଣ କରିବାର ଲକ୍ଷ ମଧ୍ୟ ରଖିଛି । ଆହୁରି ମଧ୍ୟ ସେ କହିଛନ୍ତି ଯେ ଏହି ମିଶନ କ୍ରମାଗତ ଜାରି ରହିବ ଓ ଏହା ଆରମ୍ଭ ମାତ୍ର । ଏହା ମାନବ ମହାକାଶଷ ଉଡାଣର ଏକ ନୂତନ ଯୁଗ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ay

ABOUT THE AUTHOR

...view details