ୱାଶିଂଟନ: ଆମେରିକାରେ ତାଣ୍ଡବ ରଚିଥିବା କୋରୋନାରେ ମୃତ୍ୟୁ ସଂଖ୍ୟା ଏବେ କମ ହେବାରେ ଲାଗିଛି । ହେଲେ ଦେଶରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ମୁଣ୍ଡ ବନ୍ଧାର କାରଣ ପାଲଟିଛି । ଗତ 24 ଘଣ୍ଟାରେ 25 ହଜାର 557ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ ଏଥିରେ 809 ଜଣଙ୍କର ମୃତ୍ୟୁ ହୋଇଛି ।
ଜନହପକିନ୍ସ ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ଆମେରିକାରେ ମହାମାରୀ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା 21 ଲକ୍ଷ 63 ହଜାର 290କୁ ବୃଦ୍ଧି ପାଇଛି । ଏଥି ସହିତ 1ଲକ୍ଷ 17 ହଜାର 717 ଜଣଙ୍କର ମୃତ୍ୟୁ ଘଟିଛି । ଯାହା କୁହାଯାଉଛି ଯେ, ପ୍ରଥମ ବିଶ୍ବଯୁଦ୍ଧ ସମୟରେ ପ୍ରାଣହାନୀ ଘଟିଥିବା ଲୋକଙ୍କ ସଂଖ୍ୟା ଠାରୁ ବେଶ ଅଧିକ ରହିଛି ।