ଓଡିଶା

odisha

ETV Bharat / international

ଆମେରିକାରେ 39 ହଜାର କୋରୋନା ପଜିଟିଭ ରିପୋର୍ଟ, 806 ମୃତ - america corona positive

ଗୁରୁବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତ ସଂଖ୍ୟା 23 ଲକ୍ଷ 81 ହଜାର 361ରେ ପହଞ୍ଚିଛି । ସେପଟେ କୋରୋନା ସଂକ୍ରମଣ ଓ ମୃତ୍ୟୁରେ ଆମେରିକାକୁ ଟକ୍କର ଦେଉଛି ବ୍ରାଜିଲ । ଅଧିକ ପଢନ୍ତୁ...

ବୁଧବାର ଆମେରିକାରେ 39 ହଜାର କୋରୋନା ପଜିଟିଭ ରିପୋର୍ଟ, 806 ମୃତ
ବୁଧବାର ଆମେରିକାରେ 39 ହଜାର କୋରୋନା ପଜିଟିଭ ରିପୋର୍ଟ, 806 ମୃତ

By

Published : Jun 25, 2020, 12:54 PM IST

ୱାଶିଂଟନ: କୋରୋନା କବଳରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ । ଆମେରିକାରେ ରେକର୍ଡ ଭାଙ୍ଗୁ୍‌ଛି କୋରୋନା ସଂକ୍ରମଣ ସଂଖ୍ୟା । ଏହାସହ ଅନ୍ୟ ଦେଶ ତୁଳନାରେ ଆମେରିକାରେ କୋରୋନା କାରଣରୁ ସର୍ବାଧିକ ମୃତ୍ୟୁ ଘଟିଛି।

ଜନ ହପକିନ୍ସ ଅନୁଯାୟୀ, ବୁଧବାର ଦେଶରେ 39 ହଜାରଟି ନୂତନ ମାମଲା ରିପୋର୍ଟ ହୋଇଛି ଏବଂ 806 ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବ ଅପେକ୍ଷା ଆମେରିକାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । କିନ୍ତୁ ବ୍ରାଜିଲରେ ଏବେ ପ୍ରତିଦିନ ଅଧିକ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ତେବେ ଗୁରୁବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତ ସଂଖ୍ୟା 23 ଲକ୍ଷ 81 ହଜାର 361ରେ ପହଞ୍ଚିଛି । ଏଥିରେ ସମୁଦାୟ 1 ଲକ୍ଷ 21 ହଜାର 279 ଜଣଙ୍କର ମୃତ୍ୟୁ ହୋଇଛି। ଏହା ବାଦ 10 ଲକ୍ଷ 39 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 12 ଲକ୍ଷ 99 ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି ।

ସେହିପରି ନ୍ୟୁୟର୍କ ସହରରେ ସର୍ବାଧିକ 4 ଲକ୍ଷ 13 ହଜାର 355 ମାମଲା ରହିଛି। ସହରରେ ବର୍ତ୍ତମାନ ସୁଦ୍ଧା 31, 257 ଜଣଙ୍କର ମୃତ୍ୟୁ ହୋଇଛି । 69 ହଜାର 710 ଜଣ ସୁସ୍ଥ ହୋଇଛନ୍ତି । ଏହାବାଦ କାଲିଫର୍ଣ୍ଣିଆ, ନ୍ୟୁ ଜର୍ସି, ଇଲିନୋଇସ୍, ଫ୍ଲୋରିଡା ମଧ୍ୟ ଅଧିକ ପ୍ରଭାବିତ ସହର ଭାବେ ରହିଛି ।

ABOUT THE AUTHOR

...view details