ଓଡିଶା

odisha

ETV Bharat / international

ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ, ସୁନାମି ଆଲର୍ଟ ଜାରି - ଆଲାସ୍କା

ଆମେରିକା ଆଲାସ୍କାରେ ଗତ ବୁଧବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ପରେ ସେଠାରେ ସୁନାମି ହେବାର ଆଶଙ୍କା ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଅଲାସ୍କାରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି ସମ୍ଭାବନା
ଅଲାସ୍କାରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି ସମ୍ଭାବନା

By

Published : Jul 29, 2021, 1:55 PM IST

Updated : Jul 29, 2021, 2:27 PM IST

ଆଲାସ୍କା(ୱାଶିଂଟନ): ଆମେରିକାର ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ରହିଛ ୮.୨ । ଏହାପରେ ଆଲାସ୍କାଠାରୁ ୯୧ କିଲୋମିଟର ଦୂରରେ ପୂର୍ବ-ଦକ୍ଷିଣ ଅଞ୍ଚଳରେ ସୁନାମି ହେବାର ଆଶଙ୍କା ରହିଥିବା ସୂଚନା ମିଳିଛି ।

ଗତ ବୁଧବାର ବିଳମ୍ବିତ ରାତ୍ରିରେ ଆଲାସ୍କାର ପେନିନସୁଲା ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ କୌଣସି ଧନହାନିର ସୂଚନା ମିଳିନାହିଁ । କିନ୍ତୁ ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ଏହି ଭୂକମ୍ପ କେନ୍ଦ୍ରସ୍ଥଳଠାରୁ ପ୍ରାୟ ୩୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।

ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ଆଲାସ୍କାର ପେନିନସୁଲା ଓ ପ୍ରଶାନ୍ତ ମହାସାଗରର ଉପକୂଳବର୍ତ୍ତୀ ଅଞ୍ଚଳ ହିଞ୍ଚାନିବ୍ରୁକଠାରୁ ୟୁନିମ୍ୟାକ ପାସ ପର୍ଯ୍ୟନ୍ତ ସୁନାମି ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଛି ନେସନାୟ ସୁନାମି ୱାର୍ଣ୍ଣଂ ସେଣ୍ଟର(NTWC) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2021, 2:27 PM IST

ABOUT THE AUTHOR

...view details